ନବ ବଧୂ ଙ୍କ ସନ୍ଧେହ ଜନକ ମୃତ୍ୟୁ : ମୃତକଙ୍କ ମାଆ ଆଣିଲେ ହତ୍ୟା ଅଭିଯୋଗ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଗୌତମୀ ପଞ୍ଚାୟତ ଏସ.ଆମ୍ବଠା ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କ ଗତ ରାତିରେ (ରବିବାର) ସନ୍ଦେହ ଜନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ମହିଳା ଜଣକ ହେଲେ ଏସ. ଆମ୍ବଠା ଗ୍ରାମର ସନ୍ତୋଷିନୀ ନାୟକ (24) l ସନ୍ତୋଷିନୀ ନାୟକ ଙ୍କ ସ୍ୱାମୀ ତାଙ୍କୁ ମାରିଦେଇଥିବା ସନ୍ତୋଷିନୀ ଙ୍କ ମା ଶକୁନ୍ତଳା ନାୟକ ଆଜି ସକାଳୁ ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏକ ବର୍ଷ ହେବ ହିଞ୍ଜିଳି ଥାନା ଦୁର୍ବନ୍ଦ ଗ୍ରାମର ସନ୍ତୋଷିନୀ ନାୟକ ଙ୍କ ସହ ଏସ. ଆମ୍ବଠା ଗ୍ରାମର ସୁଶାନ୍ତ ନାୟକ ବିବାହ କରିଥିଲେ l ଗତ କିଛି ମାସ ହେବ ସନ୍ତୋଷିନୀ ଙ୍କ ସ୍ୱାମୀ ସୁଶାନ୍ତ ସନ୍ତ୍ତୋଷିନି ଙ୍କୁ ନିର୍ଯାତନା ଦେବା ସହ ଝଗଡା କରି ଆସୁଥିଲେ l ମୃତ ସନ୍ତୋଷିନୀ ଙ୍କ ମା ଶକୁନ୍ତଳା ଖବର ପାଇ ଏସ. ଆମ୍ବଠା ଗ୍ରାମରେ ପହଞ୍ଚି ଝିଅ ର ମୃତ ହୋଇଥିବା ଦେଖି ପାଟପୁର ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ପାଟପୁର ଥାନାରେ ସୋମବାର ସକାଳେ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଭିତ୍ତି କରି ପାଟପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରା ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ ନେଇ ତଦନ୍ତ ଚଳାଇଥିବା ଜଣାପଡିଛି।ଏନେଇ ପାଟପୁର ଥାନାରେ ଏକ ମାମଲା ରୁଜୁ ହୋଇଛି କେସ ନଂ 234/22 । ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତର କାରଣ ସ୍ୱଷ୍ଟ ହେଵ ବୋଲି ସୂଚନା ମିଳିଛି । ମୃତ ମହିଳାଙ୍କ ସ୍ଵାମୀ ସୁଶାନ୍ତ ନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ