ଶିରିଡ଼ି ସାଇ ମନ୍ଦିରରେ ବାର୍ଷିକୋତ୍ସବ ଅନୁଷ୍ଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଛୟାଳସିଂ ସାଇନଗରସ୍ଥିତ ଶିରିଡ଼ି ସାଇବାବାଙ୍କ ମନ୍ଦିରରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ଉଦ୍ୟୋକ୍ତା ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ୱାବଧାନରେ ଏବଂ ମନ୍ଦିର କମିଟି ସଭ୍ୟ ସଭ୍ୟାମାନଙ୍କ ସହଯୋଗରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାତଃରୁ ସୂର୍ଯ୍ୟପୂଜା, ଧେନୂ ପୂଜା ଅନୁଷ୍ଠିତ ହୋଇଥିଲା । ଶ୍ୟାମସୁନ୍ଦର ସାହୁ ଏବଂ ପତ୍ନୀ ସୁମତି ସାହୁ ଗ୍ରାମ୍ୟ ପୁଷ୍କରିଣୀରୁ କଳସ ଆଣିଥିଲେ । ପଣ୍ଡିତ ଟୁକୁନା କର ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅପରାହ୍ନରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ଛୟାଳସିଂ, ପଳସା, ବରହମପୁର, ଦୋଳପଦୀ, ଆଳମଙ୍ଗା, ଗୋପାଳପୁର, ଗଣିଜାଙ୍ଗ, ବଗଦା କାଶିପୁର, ମହୁଲଗଡ଼ିଆ, ମଙ୍ଗୁଲି, ଓଡ଼ଙ୍ଗ, ଟିଲୋ, ବନ୍ତ, କେନ୍ଦୁଆପଦା ସମେତ ଭଦ୍ରକ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଂଚଳରୁ ପ୍ରାୟ ଏକ ହଜାର ଭକ୍ତ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ । ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ମନ୍ଦିର କମିଟିର ସଭାପତି ଶ୍ୟାମସୁନ୍ଦର ସାହୁ, ଉପ ସଭାପତି ଘଣ୍ଟେଶ୍ୱର ଜେନା, ସମ୍ପାଦକ ଶ୍ରୀଧର ବାରିକ, ସହ ସମ୍ପାଦକ ଚକ୍ରଧର ରାଉତ, କୋଷାଧ୍ୟକ୍ଷ ଆଲୋକ ସାହୁ, ସମ୍ବିତ ପଣ୍ଡା, ଉପଦେଷ୍ଟା ଚୈତନ୍ୟ ରାଉତ, ବିଦ୍ୟାଧର ଲେଙ୍କା, ଭାଗବତ ରାଉତ, ରାମଚନ୍ଦ୍ର ସାହୁ, ଲକ୍ଷ୍ମଣ ସାହୁ, ଦାମୋଦର ସାହୁ, ସୁଦର୍ଶନ ରାଉତ, ପ୍ରଶାନ୍ତ ରାଉତ, ଶ୍ରୀକାନ୍ତ ରାଉତ, ରବିନ୍ଦ୍ରନାଥ ଓଝା, ଉମାକାନ୍ତ ନାଥ, କଲ୍ୟାଣୀ ପଣ୍ଡା, ଗୌରାଙ୍ଗ ଦାସ ଏବଂ ସଦସ୍ୟ ଟୁକୁ ନାୟକ, ଅଜୟ ସ୍ୱାଇଁ, ହରିହର ଜେନା, ସନ୍ତୋଷ ବାରିକ, ଅଲେଖ ନାୟକ, ସଜୀବ ଦାସ, କାଶିନାଥ ଗିରି, ସଦସ୍ୟା ରମାମଣି ଜେନା, ଲକ୍ଷ୍ମୀପ୍ରିୟା ସାହୁ, ଲତା ନାୟକ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


