ସାନଖେମୁଣ୍ଡି ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଚୁଡ଼ଙ୍ଗପୂର୍ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ କରାଯାଇଥିବା କାର୍ଯ୍ୟକ୍ରମ ରେ ଭିମ ଭୋଇ ସାମର୍ଥ୍ୟ ଶିବିର ଏହି କାର୍ଯ୍ୟକ୍ରମରେ ସମାଜ ର ବିକଳାଙ୍ଗ, ବାର୍ଦ୍ଧକ୍ୟ, ଅନଗ୍ରସର ଓ ଭିନ୍ନକ୍ଷମ ସରକାରୀ ଯୋଜନା ରୁ ବଞ୍ଚିତ ହେଉଥିବା ଲୋକ ଙ୍କୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ସାମିଲ କରିବା କାର୍ଯ୍ୟକ୍ରମ ରେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ ଉଦ୍ଘାଟନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ , ଉପାଧ୍ୟକ୍ଷା ରିଙ୍କି ନାୟକ , ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ ମାଝୀ ସମେତ ଜିଲ୍ଲା ପରିଷଦ ଅମିନ ପ୍ରଧାନ , ବିଜୟ କୁମାର ପ୍ରଧାନ , ମାମାନୀ ପାତ୍ର , ସୁଲତା ରାଣୀ ସ୍ବାଇଁ ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ , ଆତ୍ମ ନିର୍ଭରଶୀଳ କରିବା , ଆବଶ୍ଯକୀୟ ଉପକରଣ ଯୋଗାଇଦେବା , ପ୍ରମାଣପତ୍ର ଓ ପରିଚୟ ପତ୍ର ପ୍ରଦାନ , ବିଭିନ୍ନ ବ୍ଯାଙ୍କ ସହାୟତାରେ ଋଣ ଯୋଗାଣ ଓ ଦିବ୍ଯାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସଂପୃକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ଯୋଜନାର ଲକ୍ଷ୍ୟ ।ଯାହାଫଳରେ ଆଜି ବ୍ଳକ ଅଧିନସ୍ଥ ସମସ୍ତ ପଞ୍ଚାୟତର ଭିନ୍ନକ୍ଷମ ମାନେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ୫୮୮ ଜଣ ଭିନ୍ନକ୍ଷମ ରେଜିଷ୍ଟ୍ରେସନ କରିଥିବା ବେଳେ ୭୯ ଜଣ ଦୃଷ୍ଟିହୀନ , ସାମାଜିକ ବିକଳାଙ୍ଗ ୪୫ , ମୁକବଧିର ୧୧୬ ଭଳି ଅନେକ ଭିନ୍ନକ୍ଷମଙ୍କୁ ସେମାନଙ୍କ ଦିବ୍ଯାଙ୍ଗ ଉପକରଣ ପ୍ରଦାନ କରାଯିବା ସହ ବାର୍ଦ୍ଧକ୍ୟ ଭତ୍ତା୧୪୦ , ଗୃହ ୫୭ ,ରାସନ କାର୍ଡ୯୬ ,ବସ ଟ୍ରେନ,ଭଳି ବିଭିନ୍ନ ପ୍ରକାର ଅଭିଯୋଗ ଗ୍ରହଣ କରିଥିଲେ ଏବଂ ସମାଧାନ କରାଯାଇଥିଲା। ଏଥିସହ ଟ୍ରାଇ ସାଇକେଲ ୧୪,ଓ ହୁଇଲ୍ ଚେୟାର ୧୧,ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ର ସାମାଜିକ ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ସାମନ୍ତସିଂହାର, ମୁଖ୍ୟ କିରାଣୀ ମାଗାତା ବେହେରା, ସି,ପି ପ୍ରଦୀପ କୁମାର ମହାନ୍ତି ପଞ୍ଚାୟତ ସରପଞ୍ଚ , ସମିତି ସଭ୍ୟ ସମେତ ଅଙ୍ଗନୱାଡ଼ି କର୍ମୀ ସମେତ ସ୍ବାସ୍ଥ୍ୟ ବିଭାଗ , ଦିଗପହଣ୍ଡି ପୋଲିସ,କୃଷି ବିଭାଗ ଓ ଗ୍ରାମବାସୀ ମାନେ ମିଳିତ ଭାବେ ସହଯୋଗ ପ୍ରଦାନ କରିଥିଲେ । ଅନଗ୍ରସର ମାନଙ୍କୁ ସମାଜର ମୂଖ୍ୟ ଶ୍ରୋତରେ ସାମିଲ କରିବା ସରକାରଙ୍କ ଏହି ଶିବିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜିତ କାର୍ଯ୍ୟକ୍ରମ ରେ ମତ ପ୍ରକାଶ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ