ଜଗନ୍ନାଥଙ୍କୁ ନେଇ ଅସଭ୍ୟ ଟିପଣୀ ଦେବାକୁ ନେଇ ଥାନାରେ ଏତଲା
ମୋହନା, (ଅଂଶୁମାନ ପଣ୍ଡା) :-ଓଡ଼ିଶାର ଘରେ ଘରେ ପୂଜା ପାଉଥିବା କାଲିଆ ସାଆନ୍ତ ଯାହାକୁ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ବୋଲି କୁହାଯାଏ ସେହି ଠାକୁରଙ୍କ ଫୋଟରେ ଫେସ ବୁକରେ ଅସଭ୍ୟ ଭାଷାରେ ଟିପ୍ପଣୀ ଦେବା ସହ କମେଣ୍ଟ ଲେଖାକୁ ନେଇ ଗଜପତି ଜିଲ୍ଲାରେ ଉତେଜନା ଦେଖା ଦେଇଛି। କିଛି ଦିନ ତଳେ ବିଶ୍ଵର ବିଭିନ୍ନ ସ୍ଥାନରେ ଧୂମଧାମରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସେହି ରଥ ଯାତ୍ରା ସରିବାର କିଛି ଦିନ ଅନ୍ତରରେ ଗଜପତି ଜିଲ୍ଲାର ରା.ଉଦୟଗିରି ଥାନା ଉଦୟଗିରି ଗ୍ରାମରେ ମାନସ ସାମଲ ନାମକ ଜଣେ ବ୍ୟକ୍ତି ଯିଏକି ଏକ ଷ୍ଟୁଡିଓ କରିଛନ୍ତି ସେ ଫେସ୍ ବୁକ ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କ ଫୋଟରେ ଅସଭ୍ୟ ଭାଷା ପ୍ରୟାଗ କରି ଟିପ୍ପଣୀ ଦେଇଛନ୍ତି। ଯାହାକି ମୋବାଇଲରୁ ମୋବାଇଲକୁ ଘୁରି ବୁଲିବାରେ ଲାଗିଛି ।ଏହାକୁ ନେଇ ଜଗନ୍ନାଥଙ୍କ ନାମରେ ଅପପ୍ରଚାର ଓ ଅସଭ୍ୟ ଭାଷା ଯାହାକି ଜଗନ୍ନାଥଙ୍କ ଅପମାନ ନୁହେଁ ବରଂ କୋଟି କୋଟି ଓଡ଼ିଆଙ୍କ ପ୍ରତି ଅପମାନ ହୋଇଛି। ଏହାକୁ ବିରୋଧ କରି ଉଦୟଗିରି ଅଞ୍ଚଳରେ ହିନ୍ଦୁ ଧର୍ମର ସମସ୍ତ ଲୋକ ଓ ଜଗନ୍ନାଥ ପ୍ରେମୀ ଏକ ହୋଈ ସ୍ଥାନୀୟ ଥାନାରେ ଅଭିଯୋଗ ଦେଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। ଏହି ଘଟଣାକୁ ଗୁରୁତ୍ଵ ନେଇ ରା. ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ କହିଛନ୍ତି ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଉଦୟଗିରି ଥାନା କେଶ ନଂ ୯୦/୨୨ ଧାର୍ମିକ ଭାବନାରେ ଆଘାତ ପହଞ୍ଚାଇବା ନେଇ ଚାରଟି ଦଫା ଲଗାଯାଇଛି। ଯାହାକି ୧୫୩(ଏ),୨୯୫ (ଏ),୨୯୪, ୬୬(ଏ) ଆଇପିଏ ଆକ୍ଟ ଲଗାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।


