ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀଙ୍କ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ରାଜ୍ୟ ସରକାର ପ୍ରତି ଗ୍ରାମକୁ ମୌଳିକ ସୁବିଧା ନିମନ୍ତେ ଅନେକ ଯୋଜନାମାନ କରୁଛନ୍ତି ହେଲେ ଆଜି ବି ଅନେକ ଗାଁ ରହିଛି ଯାହା ମୌଳିକ ସୁବିଧାରୁ ବଞ୍ଚିତ I ସେହିପରି କାଶୀନଗର ବ୍ଲକ ଖାରଡ଼ା ପଞ୍ଚାୟତ ଭୂୟାସାହି, ଅଙ୍ଗାର ସିଂ, ମୁଞ୍ଜିଳିଗୁଡା, ସୁମସିଂ, ମାସିଙ୍ଗିଗୁଡା ଗ୍ରାମବାସୀ ପଞ୍ଚାୟତ କାଯ୍ୟଳୟ ଠାରେ ଆନ୍ଦୋଳନ କରିବା ସହିତ ଧାରଣା ଦେଇଛନ୍ତି. ସରକାରଙ୍କ ବିଭିନ୍ନ ଯୋଜନା ଓ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ହେଉଥିବାବେଳେ ଦୀର୍ଘ 10 ବର୍ଷରୁ ଉର୍ଦ୍ଧ ହେଲା ସରପଞ୍ଚମାନେ ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଥିବା ଅଭିଯୋଗ କରିଛନ୍ତି I ଏ ନେଇ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି. ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ପରିବାରର ନୂତନ ସଦ୍ୟସଙ୍କୁ ରାଶନ କାର୍ଡରେ ଅନ୍ତଭୃକ୍ତ ଆଦି ଯୋଜନାରେ ସେମାନଙ୍କ କେହି ସାମିଲ କରୁ ନଥିବା କହିଛନ୍ତି I ପିଇବା ପାଣି, ସୋଲାର ଲାଇଟ, ରାସ୍ତାଘାଟ ସୁବିଧା ମଧ୍ୟ ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି. ତେଣୁ ଏହି ସବୁ ସମସ୍ୟା ନେଇ ଶ୍ରୀକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ଆନ୍ଦୋଳନ କରିବା ସହିତ ଧାରଣା ଦେଇଛନ୍ତି I