ଖୋଲା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋରୁ ମୃତ୍ୟୁ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ଥାନା ନିଳୋକ ପଞ୍ଚାୟତ ବୁଡଗଢିଆ ସିଦ୍ଧବାସୁଳୀ ପୀଠସ୍ଥିତ ଏକ ବିଦ୍ୟୁତ୍ ସବ୍ ଷ୍ଟେସନ ଠାରେ ଖୋଲା ବିଦ୍ୟୁତ୍ କେବୁଲ ସଂସ୍ପର୍ଶରେ ଏକ ଗୋରୁ ଆସି ମୃତ୍ୟୁବରଣ କରିଥିବା ଜଣାଯାଇଛି । ଏହି ଗୋରୁଟି ବୁଡଗଢିଆ ଗ୍ରାମର ଘନଶ୍ୟାମ ଯେନାଙ୍କର ହୋଇଥିବା ବେଳେ ତାହା ଆନୁମାନିକ ୬ ହଜାର ଟଙ୍କା ମୁଲ୍ୟ ହେବ ବୋଲି ଜଣାଯାଇଛି । ପ୍ରକାଶ ଯେ, ବୁଡଗଢିଆ ସିଦ୍ଧବାସୁଳୀ ପୀଠସ୍ଥିତ ବିଦ୍ୟୁତ୍ ସବ୍ ଷ୍ଟେସନ୍ ଠାରେ ଦୀର୍ଘ ୩ ବର୍ଷ ହେବ ବିଦ୍ୟୁତ୍ କେବୁଲ ଖୋଲା ଅବସ୍ଥାରେ ପଡି ରହିଥିଲା । ଫଳରେ ବହୁ ସମୟରେ ଜନଜୀବନ ହାନି ହେବାର ଆଶଙ୍କା ଥିଲା । ଏହାକୁ ମରାମତି କରିବା ପାଇଁ ଗ୍ରାମବାସୀ ମାନେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିଲେ । ମାତ୍ର କେହି କର୍ଣ୍ଣପାତ କରିନଥିଲେ । ଫଳରେ ଆଜି ଏଭଳି ଦୁର୍ଘଟଣା ଘଟିବା ପରେ ଟାଟା କମ୍ପାନୀର କର୍ମଚାରୀ ମାନେ ପୁରୁଣା ବିଦ୍ୟୁତ୍ କେବୁଲକୁ ପରିବର୍ତ୍ତନ କରି ନୂଆ କେବୁଲ ଲଗାଇଛନ୍ତି । ଅପରପକ୍ଷେ ମୃତ୍ୟୁବରଣ କରିଥିବା ଗୋରୁର କ୍ଷତିପୂରଣ ଏପର୍ଯ୍ୟନ୍ତ ମାଲିକ ପାଇନଥିବା ଅଭିଯୋଗ ହୋଇଛି ।


