ଛାତ୍ରୀ ମାନଙ୍କୁ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ମହାଙ୍ଗା ପଡିଲା      

ହାଟଡିହି, (ବିକାଶ ବିଶ୍ୱାଳ) :-ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଶିକ୍ଷକଙ୍କୁ ମହାଙ୍ଗା ପଡିଲା । ଦୀର୍ଘ ୪ଦିନର ବ୍ୟବଧାନ ପରେ ଆଜି ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଚିଠିନଂ ୩୧୯୯ତା ୨୨/୦୭/୨୦୨୨ରେ ତାଙ୍କୁ ନିଲମ୍ବିତ କରିବା ସହିତ ନିୟମିତ ବିଇଓଙ୍କ କାର୍ଯ୍ୟଳୟରେ ୁପସ୍ଥାନ ପକାଇବାକୁ ନିଦେ୍ର୍ଦଶ ଦେିଛନ୍ତି । ଏଠାରେ ସୁଚାଯୋଗ୍ୟ ଯେ   ବିଦ୍ୟାଳୟର ସହକାରୀ ଶିକ୍ଷକ ଅନିରୁଦ୍ଦ ବିଶ୍ୱାଳ ବିଦ୍ୟାଳୟର  ଛାତ୍ରୀ ମାନଙ୍କୁ କୋଳରେ ବସାଇବା,  ଚୁମା (କିସ) ଦେବାକୁ ବାଧ୍ୟ କରିବା, ଆଇ ଲଭ ୟୁ ବୋଲି କୁହ ବୋଲି ବାଧ୍ୟ କରୁଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଥିଲେ । ଏପରି ଘଟଣା ବାରମ୍ବାର ହେବାପରେ ଛାତ୍ରୀମାନେ ଅଭିଭାବକ ମାନଙ୍କୁ ଜଣାଇବା ପରେ ଏହାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ଗତ ୧୮ତାରିକ ଦିନ ୩୦ରୁ ଉର୍ଦ୍ଧ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ନିକଟକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ସହିତ ଏହାର ଦୃଢ଼ ପ୍ରତିବାଦ କରିଥିଲେ । ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ । ଏହାକୁନେଇ ଦୀର୍ଘ ସମୟଧରି ବିଦ୍ୟାଳୟରେ ଉତ୍ତେଜନା ଲାଗି ରହିଥିଲା । ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରକାଶିତ ହେବାପରେ ବ୍ଲକ ଶିକ୍ଷା ଅଧିକାରୀ ଦୁଇଜଣ ଏବିଇଓଙ୍କୁ ପଠାଇ ଏହାର ତଦନ୍ତ କରିବା ସହିତ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳ ଓ ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ୨୨ତାରିଖ ସୁଧା ପକ୍ଷ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ବିଇଓ ଅଭୟ କୁମାର ବେହେରା ଆଜି ଅପରାହ୍ନରେ ଶିକ୍ଷକ ଅନିରୁଦ୍ଦ ବିଶ୍ୱାଳଙ୍କୁ ତାଙ୍କ କାର୍ଯ୍ୟାଳୟ ଚିଠିନଂ-୩୧୯୯ ତା ୨୨/୦୭/୨୦୨୨ରେ ନିଲମ୍ବନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ