ଦିନିକିଆ ଏମଭି ଆକ୍ଟ କର୍ମଶାଳା 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଅଗସ୍ତିନୁଆଗାଁ ସ୍ଥିତ ନୂତନ ଆଚଂଳିକ କାର୍ଯ୍ୟାଳୟ ପରିସରରେ ଦକ୍ଷିଣାଚଂଳ ଜୋନର ସମସ୍ତ ଆରଟିଓ ଓ ଏମଭିଆଇ ମାନଙ୍କୁ ନେଇ ଏମଭି ଆକ୍ଟ ଏବଂ ରୁଲ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ଡେପୁଟି କମିସନର ଅଧିନରେ ଥିବା ୧୧ ଟି ଆଚଂଳିକ ପରିବହନ ଅଧିକାରୀ ମାନେ ଯୋଗଦେଇଥିଲେ । ଦେଶରେ ପ୍ରଚଳିତ ବିଭିନ୍ନ ପ୍ରକାରର ମୋଟର ଯାନବାହାନ ନୀୟମ ସମେତ ସଡକ ସୁରକ୍ଷା, ରାଜସ୍ୱ , ଦୃର୍ଘଟଣା ସଂପର୍କରେ ଆଲୋଚନା କରାଯାଇ ଥିଲା । ଏବେ ବେନିୟମ ଗାଡି ଚାଳନା ପାଇଁ ଅନେକଙ୍କ ଜୀବନ ଯାଉଛି ତେଣୁ ଗାଡି ଚେକିଂକୁ ଗୁରୁତ୍ୱ ଦେବାକୁ କର୍ମଶାଳାରେ ଯୁଗ୍ମ କମିସନର ଦିପ୍ତି ରଞ୍ଜନ ପାତ୍ର କହିଥିଲେ । ଆରଟିଓଙ୍କ ପକ୍ଷରୁ ଗାଡି ଚାଳନା ନିୟମ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ସଚେତନତା କରାଇବା ସହ ନିୟମ ଖିଲାପକାରିଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ଆବଶ୍ୟକ ପଡିଲେ ଗାଡି ଲାଇସେନ୍ସ ରଦ୍ଦ କରିବାକୁ କୁହାଯାଇଛି । ଏହି କର୍ମଶାଳାରେ କୋରାପୁଟ, ମାଲକାନାଗିରି, ନୁଆଁପଡା, କଳାହାଣ୍ଡି, ରାୟଗଡା, ଗଜପତି, ଫୁଲବାଣି, ବୈାଦ୍ଧ, ଗଞ୍ଜାମ ଓ ଭଞ୍ଜନଗର ର ଆରଟିଓ ଓ ଏମଭିଆଇ ମାନେ ଯୋଗଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କରୁଣାକର ମହାପାତ୍ର, ଅତିରିକ୍ତ କମିସନର ଏନଫୋର୍ସମେଂଟ ଲାଲ ମୋହନ ସେଠୀ, ଦକ୍ଷିଣାଚଂଳ ଜୋନର ଡିସି ପ୍ରଦୀପ କୁମାର ମହାନ୍ତି,ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ, ଏମଭିଆଇ ରବିନ୍ଦ୍ର ନାଥ ଜେନା, ଜୁନିଅର ଏମଭିଆଇ ସାବିତ୍ରୀ ହେମର୍ମ୍ର, ଟିଆଇ ନଳିନୀକାନ୍ତ ଚିହ୍ନାରା, ରତିକାନ୍ତ ନାହାକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଛତ୍ରପୁର ଆଚଂଳିକ କାର୍ଯ୍ୟଳୟର ଅଜୟ କୁମାର ବାରିକଙ୍କ ସହ ବହୁ କର୍ମଚାରୀ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ