ରାସ୍ତାର ସମୀକ୍ଷା କଲେ କେନ୍ଦୁଝର ଜିଲାପାଳ
ଯୋଡ଼ା (ଯୁଗାଦ୍ଦନ୍ୟୁଜ) କେନ୍ଦୁଝର ଜିଲାପାଳ ଯୋଡା ଖଣି ଅଂଚଳରେ ଜିଲା ଖଣିଜ ପାଣ୍ଠି(ଡିଏମଏଫ) ଅର୍ଥ ବ୍ୟୟରେ ନିର୍ମାଣଧିନ ରାସ୍ତା ଗୁଡିକର କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ଗୁରୁବାର ସକାଳ ୧୦ ଘଟିକାରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଡା-ବାମେବାରୀ ରାସ୍ତା , ଭଦ୍ରାସାହି-ବଡବିଲ୍ ରାସ୍ତା , ଲେଇପଦା-ମୁର୍ଗା ରାସ୍ତା , ଦୁବୁନା- ପିଢପୋଖରୀ ରାସ୍ତା ପ୍ରଭୃତି ରାସ୍ତାର ପରିଦର୍ଶନ କରିଥିଲେ । ବିଭିନ୍ନ ରାସ୍ତା ନିର୍ମାଣ ପାଇଁ ଗ୍ରାମସଭା ହୋଇପାରୁନଥିବା ନେଇ ଜିଲାପାଳ ଆଶିଷ ଠାକରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।


