ଉପସଭାପତି ନିର୍ବାଚନ : ବାଲିପୋଖରୀ ଠାରେ ବିଜେଡି ଓ ରହଣିଆ ଠାରେ ବିଜେପି ପ୍ରାର୍ଥୀନୀ ବିଜୟୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ସମିତି ପାଇଁ ଆଜି ଉପସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଠାରେ ବିଜେଡି ସମର୍ଥନରେ ତିଳୋତ୍ତମା ନାୟକ ୮ଖଣ୍ଡ ଭୋଟ ପାଇ ଉପସଭାନେତ୍ରୀ ଭାବେ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ ପୁହାଣ ସୂଚନା ଦେଇଛନ୍ତି । ପ୍ରତିପକ୍ଷ ମନୋରମା ସାହୁ ୭ଖଣ୍ଡ ଭୋଟ ପାଇଛନ୍ତି । ନିର୍ବାଚନକୁ ସମ୍ପାଦକ ପିନାକୀ ରଞ୍ଜନ ଦାଶ ଓ ସହ ସମ୍ପାଦକ ମଦନ ମୋହନ ସାହୁ ପରିଚାଳନା କରିଥିଲେ । ନିର୍ବାଚିତ ଉପସଭାନେତ୍ରୀଙ୍କୁ ସମିତି ସଭାପତି ଅଧର କୁମାର ରାଉତ, ବିଜେଡି ନେତା ସଂଜୀବ ପରିଡା, ଗଗନ ସେଠୀ, ଧୀରେନ୍ଦ୍ର ନାୟକ, ରାମଚନ୍ଦ୍ର ନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ରହଣିଆ ସମିତି ଠାରେ ବିଜେଡି ସମର୍ଥନରେ ମୋନାଲିସା ରାଉତ ଉପସଭାନେତ୍ରୀ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ପ୍ରମୋଦ ମିଶ୍ର ସୂଚନା ଦେଇଛନ୍ତି । ସମିତି ସମ୍ପାଦକ ସନ୍ତୋଷ କୁମାର ଦାସ, ନୀଳମଣି ସାମଲ, ଓଁକାର ବାରିକ ନିର୍ବାଚନ ପରିଚାଳନା କରିଥିଲେ । ବିଜେପି ନେତା ବଦ୍ରିନାରାୟଣ ଧଳଙ୍କ ସମେତ ସମିତି ସଭାପତି ସାଗର ରଞ୍ଜନ ଲେଙ୍କା, ବସନ୍ତ ମାଝୀ, ସିଦ୍ଧନାଥ ଦାସ, ଅମୂଲ୍ୟ ସେଠୀ, ସତ୍ୟଜିତ ରାଉତ ପ୍ରମୁଖ ନବନିର୍ବାଚିତ ଉପସଭାନେତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି ।


