ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୬ର ସଫଳତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରୀୟ ଶିକ୍ଷାବୋର୍ଡ ଦ୍ୱାରା ପ୍ରକାଶିତ ଦ୍ୱାଦଶ ଶ୍ରେଣୀ ଓ ଦଶମ ଶ୍ରେଣୀ ପରୀକ୍ଷାରେ ୧୦୦ ପ୍ରତିଶତ ମାର୍କ ହାସଲ କରିଛନ୍ତି ପୋଖରୀପୁଟ୍ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୬ର ଛାତ୍ରଛାତ୍ରୀ । ଦଶମ ଶ୍ରେଣୀରେ ୫୯ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସବୁ ପିଲା ପାସ୍ ହୋଇଥିବା ବେଳେ ଆୟିଶା ପଟ୍ଟନାୟକ ଓ ପିଉସ୍ ପାତ୍ର ଶତକଡ଼ା ୯୮.୮ମାର୍କ ରଖି ବିଦ୍ୟାଳୟର ସୁନାମ ରଖିଛନ୍ତି । ସେହିପରି ଦ୍ୱାଦଶରେ ଅଲୋକ ସାହୁ ଶତକଡ଼ା ୯୪ ମାର୍କ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହାବୁଲ ଚନ୍ଦ୍ର ମୁର୍ମୁ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କୃତୀ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।


