ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 39 ତମ ପ୍ରତିଷ୍ଠା ଉତ୍ସବ ପାଳିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 39ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ଯୋଗ ଦେଇ ତାଙ୍କ ନିର୍ବାଚନ ମଣ୍ଡଳୀର 10 ଗୋଟି କଲେଜ ମଧ୍ୟରୁ ଶ୍ରେଷ୍ଠ କୋଲଜ ବୋଲି ବିବେଚନା କରିଥିଲେ |ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ୱାଇଁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ | ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ଦିବଂଗତ ଅଧ୍ୟକ୍ଷ ଅମୁଲ୍ୟ ଦାସଙ୍କ ସ୍ମୃତି ଚାରଣ କରିଥିଲେ |ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସଭାପତିତ୍ବ କରିଥିଲେ | ଏହି ଅବସରରେ କାର୍ଗିଲ ବିଜୟ ଦିବସ ଚାରା ରୋପଣ, ବିଦ୍ୟାବିହାର ସଂଗୀତ ଉନ୍ମୋଚନ, ପ୍ରତିଭା ମାନଙ୍କୁ ପୁରସ୍କାର କରାଯାଇ ଥିଲା | ଅନ୍ୟ ମାନଙ୍କ ମଧ୍ୟରେ ସୋରଡ଼ା ବିଜ୍ଞାପିତ ଅଂଚଳ ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା, ଆସ୍କା ବ୍ଲକ ଅଧ୍ୟକ୍ଷ ତ୍ରିବେଣୀ ନାହାକ ସମେତ ଦିଗପହଣ୍ଡି, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ମଂଚାସୀନ ଥିଲେ | ଅଂଚଳର ବିଶିଷ୍ଟ ଜ୍ୟୋତିର୍ବିଦ ମିହିର କୁମାର ତ୍ରିପାଠୀଙ୍କୁ,ବିଦ୍ୟାବିହାର ଗୀତର ନିର୍ଦେଶକ ରାଜକିରଣ ତ୍ରିପାଠୀ, ଏବଂ ଗତ ଦିନରେ ଗୋଆ ଠାରେ ଜାତୀୟ ଖେଳରେ ଉଚ୍ଚା ଡିଆଁରେ ସ୍ବର୍ଣ୍ଣ ପଦକ ଜିତିଥିବା କାନ୍ହୁ ଚରଣ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ସାଂସ୍କୃତିକ ବିଭାଗ ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଲେଙ୍କା, ସ୍ୱରୂପା ରାଣୀ ବିଶ୍ୱାଳ, ଭାରତୀ ବିଶ୍ୱାଳ, ଦିପୁ ଭୂୟାଁ, ସଞ୍ଜୟ ସାହୁ, ମହେଶ୍ୱର ରାଉତ ପ୍ରମୁଖସହିତ ଯୁବ ରେଡ଼କ୍ରସ, ରୋଭେର ସ୍କାଉଟ, ଜାତୀୟ ସେବା ଯୋଜନା ଛାତ୍ର ଛାତ୍ରୀ ସହଯୋଗ କରିଥିଲେ | ବିଶିଷ୍ଟ ସମାଜ ସେବୀ ଶୁଳପାଣି ଶତପଥି, ବଦ୍ରି ପ୍ରସାଦ ତ୍ରିପାଠୀ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ ରାଜେନ୍ଦ୍ର ଡାକୁଆ, କପିଳ ସାହୁ, ପ୍ରକାଶ ଚନ୍ଦ୍ର ଆଳତୀୟା, ବିବେକାନନ୍ଦ କର, ପ୍ରାଧ୍ୟାପକ ଡ଼ ରାମ ପ୍ରସାଦ ପଣ୍ଡା, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଜୟରାମ ସେନାପତି, ପୁରାତନ ଛାତ୍ର ଛାତ୍ରୀ ସଂଘ ସଭାପତି ଗୋରାଚନ୍ଦ ସ୍ୱାଇଁ, ଶିଶିର ସ୍ୱାଇଁ, ସ୍ବସ୍ତି ସୁନ୍ଦର ସିୟ, ମୁନେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ |


