ଏକଲ ଅଭିଯାନ ପକ୍ଷରୁ ବଡରମ୍ପାସରେ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ
ହାଟଡିହି, (ବିକାଶ ବିଶ୍ୱାଳ) :ଏକଲ ଅଭିଯାନ ହାଟଡିହି, ଆନନ୍ଦପୁର ଓ ଘସିପୁରା ସଞ୍ଚର ଆଚାର୍ଯ୍ୟା ମାନଙ୍କୁ ନେଇ ବାର୍ଷିକ ଅଭ୍ୟାସ ଶିବିର ହାଟଡିହି ବ୍ଲକର ବଡରମ୍ପାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟା ମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଗ୍ରାମ ସ୍ୱଚ୍ଛତା, ପଞ୍ଚାୟତ ଚତୁଃପାଶ୍ୱର୍ରେ ବୃକ୍ଷ ରୋପଣ, ସ୍ୱାସ୍ତ୍ୟ ସଚେତନତା ଆଦି କାର୍ଯ୍ୟକ୍ରମ ମାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ବଡରମ୍ପାସ ସେବା ସମବାୟ ସମିତିର ସଭାପତି ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରାଇଥିଲେ । ସଞ୍ଚ ସଭାପତି ବିଜୟ କୁମାର ଜେନା, ଉପସଭାପତି ନାରାୟଣ ବେହେରା କାର୍ଯ୍ୟକ୍ରମ ସମ୍ପାଦାନ କରିଥିବାବେଳେ ସଞ୍ଚ ପ୍ରମୁଖ ଗୀତାରାଣୀ ବେହେରା, ମନ୍ଦାକିନି ନାଇକ, ମିନତୀ ମୁଣ୍ଡା, ଅଞ୍ଚଳ ଅଭିଯାନ ପ୍ରମୁଖ ଦୁର୍ଯ୍ୟୋଧନ ମହାନ୍ତ, ପ୍ରଶିକ୍ଷକ ପ୍ରମୁଖ ନିରୁପମା ଜେନା, ଗ୍ରାମ ସ୍ୱରାଜ ପ୍ରମୁଖ ହେମଲତା ମହାନ୍ତ, ଝୁନୁବାଳା ସାହୁପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


