ବିଶ୍ଵବ୍ୟାଘ୍ର ଦିବସ ଅବସର ରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମ୍ୟାଚ ଆୟୋଜିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ) :ଆଜି ବିଶ୍ୱ ବ୍ୟାଘ୍ର୍ୟ ଦିବସ । ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି । ସାରା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି। ଶିକାରୀଙ୍କୁ ରୋକିବା ସହ ବାଘଙ୍କ ପାଇଁ ପ୍ରାକୃତିକ ଆବାସସ୍ଥଳୀକୁ ସୁରକ୍ଷିତ ରଖିବା ଏହି ଦିବସର ମୂଳ ଲକ୍ଷ୍ୟ । ଏହି ଅବସର ରେ ଆଜି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତଥା ଶିମିଳିପାଳ ଉତ୍ତରାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଯଶିପୁର ଅଧୀନରେ ଥିବା କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହୋଇଛି।ବନପାଳ ଶ୍ରୀଯୁକ୍ତ ହୃଷିକେଶ ବାରିକ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ କେନ୍ଦୁମୁଣ୍ଡି ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାରାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ବାଘ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ବିଷୟରେ ଉପସ୍ଥିତ ଲୋକଙ୍କୁ ଅତିଥି ମାନେ ନିଜ ବକ୍ତବ୍ୟ ରେ ବୁଝାଇଥିଲେ । ଏହି ଅବସରରେ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଆୟୋଜିତ ହୋଇଥିଲା । ଫୁଟବଲ ଦଳ କୁ ମୁଖ୍ୟ ଅତିଥି ଫୁଟବଲ ଓ କ୍ରୀଡା ଉପକରଣ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ଫୋରେଷ୍ଟ ଗାର୍ଡ ଙ୍କ ସହିତ ବହୁସଂଖ୍ୟା ରେ ଗ୍ରାମବାସୀ ଯୋଗଦେଇ ଫୁଟବଲ ଖେଳ କୁ ଉପଭୋଗ କରିବା ସହିତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ