ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଳକ ଅନ୍ତର୍ଗତ ଅନ୍ତରପଡା ଗ୍ରାମପଞ୍ଚାୟତର ମା”ଶାଙ୍କୁଳେଇ ମନ୍ଦିର କଲ୍ୟାଣ ମଣ୍ଡପରେ ଜୁଲାଇ ୨୯ ତାରିଖ ଦିନ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନ୍ତରପଡା ଗ୍ରାମପଞ୍ଚାୟତ, ବ୍ରହ୍ମପୁର ସ୍ଥିତ ଇକୋସ୍ ଆଇ ହସ୍ପିଟାଲ ଓ ଡିଅର ଇଣ୍ଡିଆ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟ ରେ ଏହି ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସରପଞ୍ଚ ବସନ୍ତ କୁମାର ଶତପଥୀ ଓ ସମିତିସଭ୍ୟାଙ୍କ ପ୍ରତିନିଧି ଉମେଶ ନାୟକ, ରାନୁ ଆଚାରୀ ପ୍ରମୁଖ ଯୋଗଦେଇଥିଲେ। ଶିବିରରେ ୭୬ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳ ସେନାନଙ୍କ ମଧ୍ୟରୁ ୨୨ ଜଣ ରୋଗୀଙ୍କ ପରଳ ଚିହ୍ନଟ ହେବାପରେ ସେମାନଙ୍କର ମାଗଣାରେ ଅସ୍ତ୍ରୋପଚାର ପାଇଁ ଇକୋସ୍ ଆଇ ହସ୍ପିଟାଲକୁ ନିଆଯାଇଥିଲା । କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଚିଫ୍ ଅପଥୋମିଷ୍ଟି ହରିଶ୍ ଚନ୍ଦ୍ର ସାହୁ, ଆଇ ଟେକନିସିଆନ୍ ଜି ବିନୋଦ ରୋଗୀ ମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ଶତପଥୀ, ଶିବାନନ୍ଦ ଗୌଡ, ଦୁର୍ଗା ମାଧବ ସ୍ବାଇଁ, ଗଣେଶ ଚନ୍ଦ୍ର ଡାଙ୍ଗୁଆ, ରାଜୀବ ଲୋଚନ ପ୍ରଧାନ ସମେତ ଅନ୍ତରପଡା ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ