ମିଳିତ ନାଗରିକ କମିଟି ପକ୍ଷରୁ ସ୍ୱର୍ଗତ ବ୍ରହ୍ମା ବେହେରା ଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ, (ସୁନୀଲ କୁମାର ବେହେରା) :ମିଳିତ ନାଗରିକ କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ବ୍ରହ୍ମା ବେହେରା ଜୁଲାଇ ୨୭ ତାରିଖ ବଡି ଭୋରରୁ ଆର ପାରିକୁ ଚାଲିଗଲେ। ସାମ୍ବାଦିକ ଭବନ ଫୁଲବାଣୀ ଠାରେ ମିଳିତ ନାଗରିକ କମିଟି ପକ୍ଷରୁ ଡ ଅନନ୍ତ ଚରଣ ମିଶ୍ରଙ୍କ ପୌରୋହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ସ୍ୱର୍ଗତ ବେହେରାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସେ ଜଣେ ଶାନ୍ତ,ସରଳ , ନିଷ୍ଠାପର ଓ ନିଃସ୍ୱାର୍ଥପର ଜନ ନେତା ଥିଲେ।ଦୀର୍ଘ ବର୍ଷ ଧରି ପାଣ ସମାଜ ର ଜିଲା ସଭାପତି ଥିଲେ।ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ଥିଲେ।ସ୍ମୃତି ଚାରଣ ସଭାରେ କମିଟି ର ଆବାହକ ଅଶୋକ ପରିଡାଙ୍କ ସହ ବିଷ୍ଣୁ ମିଶ୍ର,ନବୀନ ପଣ୍ଡା, ପ୍ରଶାନ୍ନ ସାହାଣୀ,ପଦ୍ମ ଚରଣ ସାହୁ,କମଳାକାନ୍ତ ପାଣ୍ଡେ, ବିକାଶ ମହାନ୍ତି, ବ୍ରଜ ପଟ୍ଟନାୟକ, ସାମ୍ବାଦିକ ସୁନିଲ ପଟନାୟକ, ନାରାୟଣ ସାହୁ,ଅମୀୟ କୁମାର ଦାସ,ପଙ୍କଜ ବେହେରା, ରାଜୁ ପାଢୀ,ମନୋଜ ଚୌଧୁରୀ, ପ୍ରଶାନ୍ତ ପ୍ରଧାନ, ବିଜୟକୃଷ୍ଣ ପଟନାୟକ , ଗିରିଷ ପଟନାୟକ , ମିଳିତ ନାଗରିକ କମିଟି ର ଅଧ୍ୟକ୍ଷ ଡ ଅରୁପ ଜେନା ପ୍ରମୁଖ ଅମର ଆତ୍ମାର ସଦଗତି କାମନା କରି କନ୍ଧମାଳ ପାଇଁ କଣ କରିଛନ୍ତି ତାର ସ୍ମୃତି ଚାରଣ କରିଥିଲେ।ତାଙ୍କ ସ୍ଥାନ ଅପୂରଣୀୟ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ