ପାଣି ଭାବି ବିଷ ପିଇଦେଲା ଶିଶୁ

ହାଟଡିହି, (ବିକାଶ ବିଶ୍ୱାଳ ) :ହାଟଡିହି ବ୍ଲକ ଶାଳଣିଆଁ ଅଞ୍ଚଳରେ ଜଣେ ଶିଶୁ ଘରେ ରଖାଯାଇଥବବା ବିଷକୁ ପାଣି ଭାବି ପିଇଦେବାରୁ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାିଛି । ଖବରରୁ ଜଣାଯାଇଛି ଯେ ଶାଳଣିଆଁ ନିକଟସ୍ଥ ଏକ ଗ୍ରାମର ଜଣେ ବୃଦ୍ଧା ନିଜ ବାଡିରେ ହେଉଥିବା ପନିପରିବାରେ ପକାଇବା ପାଇଁ କିଛି କୀଟନାଶକକୁ ଏକ ପାଣି ବୋତଲରେ ଭର୍ତ୍ତି କରି ଖଟ ତଳେ ରଖିଦେଇଥିଲେ । କିନ୍ତୁ ଆଜି ତାଙ୍କ ନାତି ତିନିବର୍ଷର ଶିଶୁ ପୁତ୍ରଟି ଖେଳୁଥିବା ସମୟରେ ଏହାକୁ ଖୋଲିଦେଇ ପିଇ ଦେଇଥିଲା । କିଛି ସମୟ ପରେ ପାଟିରୁ ଫେଣ ବାହାରିବାରୁ ପରିବାର ଲୋକେ ଜାଣି ତୁରନ୍ତ ତାକୁ ଶାଳଣିଆଁ ଡାକ୍ତରଖାନା ନେଇଥିବାବେଳେ ସେଠାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ