ଶିକ୍ଷାବର୍ଷକୁ ତିନିମାସ ବିତିଲା, ଛାତ୍ରଛାତ୍ରୀଙ୍କୁ ମିଳିଲାନି ପାଠ୍ୟ ପୁସ୍ତକ
ହାଟଡିହି, (ବିକାଶ ବିଶ୍ୱାଳ ) :ଶିକ୍ଷାବର୍ଷକୁ ତିନି ମାସ ବିିତିଥିଳେବି ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ଯୋଗାଇ ଦିଆଗଲା ନାହିଁ । ଫଳରେ ଛାତ୍ରଛାତ୍ରୀ ମାନେ କିପରି ଶିକ୍ଷାଲାଭ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ସୁଚନାରୁ ଜଣାଯାଇଛି ପୁର୍ବରୁ ୯ମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇଥାଏ । ପାଠପୁସ୍ତକ ବାବଦ ଖର୍ଚ୍ଚକୁ ଡିଏମଏଫ ରୁ ଭରଣା କରାଯାଉଥିଲା । ଗତବର୍ଷ ବହୁ କମ ପୁସ୍ତକ ଯୋଗାଇ ଦିଆଯାଇଥିବାବେଳେ ଚଳିତ ଶିକ୍ଷାବର୍ଷର ତିନିମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଖଣ୍ଡିଏ ବି ବହି ଯୋଗାଇ ଦିଆଯାଇ ନାହିଁ । ଆସନ୍ତା ଅଗଷ୍ଟ ମାସରେ ଫର୍ମେଟିଭ ପରୀକ୍ଷା ହେବାକୁ ଥବବାବେଳେ ଆଜି ପର୍ଯ୍ୟନ୍ତ ଅଧିକାଶଂ ଛାତ୍ରଛାତ୍ରୀ ପୁସ୍ତକ ଅଭାବରୁ ଅଧ୍ୟୟନ କରିପାରି ନାହାନ୍ତି । ହାଟଡିହି ବ୍ଲକରେ ନବମ ଓ ଦଶମ ଶ୍ରେଣୀରେ ମୋଟ ୪୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସମଗ୍ର ଜିଲ୍ଲାରେ ୫୦ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ତେଣୁ ସରକାର ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭକୁ ଗୁରୁତ୍ୱ ଦେଇ ଏବଂ ଏହି ସମସ୍ୟାକୁ ଗୁରୁତର ସହ ବିଚାର କରି ଅଗଷ୍ଟ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ଭିତରେ ଛାତ୍ରଛାତ୍ରୀ ମାନଙ୍କୁ ନବମ ଓ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି ।


