ଜଂଗଲ ବିଭାଗ ପକ୍ଷରୁ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଗଡଚଣ୍ଡୀ ଠାରେ ହଦଗଡ ବନ୍ୟପ୍ରାଣୀ ବିଭଗ ପକ୍ଷରୁ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି । ଏଥିଲାଗି ଆୟୋଜିତ କାର୍ଯ୍ୟକ୍ରମରେ ଆନନ୍ଦପୁର ରେଞ୍ଜ ଅଫିସର ସୁମନ ମାଝୀ, ହଦଗଡ ରେଞ୍ଜ ଅଫିସର ସୁମିତ ମହାନ୍ତି ପ୍ରମୁଖ ଯୋଗଦେଇ ବିଶ୍ୱରେ ବର୍ତ୍ତମାନ ବ୍ୟାଘ୍ର ସଂଖ୍ୟା ହ୍ରାସ ପାଉଥିବାରୁ ଉଦବେଗ ପ୍ରକାଶ କରିବା ସହିତ ପରିବେଶ ସନ୍ତୁଳନ ପାଇଁ ବାଘ ମାନଙ୍କ ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ । ଏଥିରେ ବିଭିନ୍ନ ବନ ସୁରକ୍ଷା ସମିତିର ସଭ୍ୟସଭ୍ୟାଙ୍କ ସହିତ ଅସିଆ, ପୋଡାସିଙ୍ଗିଡି, ଠୁଣିଗାଁ ଆଦି ଗ୍ରାମର ଗ୍ରାମବାସୀମାନେ ଯୋଗଦେଇଥିଲେ । ଏହି ଅବସରରେ ଜଂଗଲ ଜୀବଯନ୍ତୁଙ୍କ ସୁରକ୍ଷା, ବନ ସୁରକ୍ଷା ସହିତ ଜଂଗଲରେ ନିଆଁ ନଲଗାଇବା, ଶୀକାରୀଙ୍କ ସମ୍ପର୍କରେ ତୁରନ୍ତ ଜଂଗଲ ବିଭାଗକୁ ଅବଗତ କରାଇବା ଆଦି କାର୍ଯ୍ୟପାଇଁ ଉପସ୍ଥିତ ସଦସ୍ୟ ଓ ଗ୍ରାମବାସୀମାନେ ସପଥ ନେଇଥିଲେ । ଏଥିରେ ହଦଗଡ ବନଖଣ୍ଡର ସମସ୍ତ ବନ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


