୬୩ କେଜି ଗଞ୍ଜା ଜବତ ୫ ଅଭିଯୁକ୍ତ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୬୩ କେଜି ଗଞ୍ଜେଇ ଜବତ ସହ ୫ଜଣ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇଛି । ଏନେଇ ଜିଲା ଅବକାରୀ ବିଭାଗ ପକ୍ଷରୁ ଟିମ ଗଠନ ସହ ପାଟ୍ରୋଲିଂ ଜାରି ରହିଥିଲା । ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଭୋର ସମସ୍ତ ଟିମ ଚଢ଼ଉ କରିଥିଲା । ସହରର ଗୋଧିବସାଠାରେ ଦୁଇଜଣଙ୍କୁ ଗିରଫ ସହ ସେମାନଙ୍କଠାରୁ ୨୨ କେଜି, ବାଲେଶ୍ୱର ମାଲ ଗୋଦାମ ନିକଟରୁ ଜଣକୁ ଗିରଫ ସହ ତାଙ୍କଠାରୁ ୨୨ କେଜି, ମାର୍କୋଣା ବସଷ୍ଟାଣ୍ଡରୁ ଜଣକୁ ଗିରଫ ସହ ତାଙ୍କଠାରୁ ୧୮ କେଜି ଓ ବାହାନଗା ବସ ଷ୍ଟପେଜରୁ ଜଣକୁ ଗିରଫ ସହ ତାଙ୍କଠାରୁ ୨୫ କେଜି ଗଞ୍ଜା ଜବତ କରାଯାଇଛି । ଗିରଫ ୫ଜଣ ଅଭିଯୁକ୍ତଙ୍କଠାରୁ ମୋଟ ୬୩ କେଜି ଗଞ୍ଜେଇ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ପୃଥକ ଭାବେ ୪ଗୋଟି ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଜିର ଏହି ଚଢ଼ଉରେ ଅବକାରୀ ଇନସ୍ପେକ୍ଟର ଗାଲୁରାମ ସୋରେନ ଓ ନାରାୟଣ ବେହେରା, ଓଆଇସି ବାଳକ ବିସି, ଓଆଇସି କଳ୍ପନା ଜେନା ନେତୃତ୍ୱ ନେଇଥିବା ବେଳେ ଏସଆଇ ଉର୍ମିଳା ବେହେରା, କନଷ୍ଟେବଳ ଶଶିଭୂଷଣ ସ୍ୱାଇଁ, ବିଦାଧର ବିନ୍ଧାଣୀ, ରଶ୍ମିରେଖା ପାତ୍ର ପ୍ରମୁଖ ଚଢ଼ଉ ଟିମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ