ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ ହେବ

ଛତ୍ରପୁର, (ଦେବଦତ୍ତ ମହାରଣା) : କୋନ୍ଦ୍ର ସରକାରଙ୍କ ଆଇନ୍ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକ ପ୍ରତିନିଧି ଆଇନ୍ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡିଏ ସଂଶୋଧନ କରାଯାଇଛି, ଯାହାକି ଅଗଷ୍ଟ ୧ତାରିଖ ଠାରୁ କାର୍ଯ୍ୟକାରୀ ହୋଇଅଛି । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେ ଜଣାଇଥିଲେଯେ, ବର୍ତ୍ତମାନ ଯୁବବର୍ଗ ଭୋଟର ତାଲିକାରେ ନାମ ସଂଯୋଗ କରିବା ନିମନ୍ତେ ଅଧିକ ସହଜ ହୋଇ ପାରିବ । ବର୍ତ୍ତମାନ ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଗୋଟିଏ ଯୋଗ୍ୟତା ସୂଚକ ତାରିଖ ପରିବର୍ତ୍ତେ ବର୍ଷକୁ ୪ଥର ଜାନୁୟାରୀ ମାସ, ଅପ୍ରିଲ ମାସ, ଜୁଲାଇ ମାସ ଏବଂ ଅକ୍ଟୋବର ମାସର ପହିଲା ଅର୍ଥାତ୍ ୧ତାରିଖ ଦିନ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ଭୋଟରଗଣ ନିଜ ନାମକୁ ଭୋଟର ତାଲିକାରେ ପଞ୍ଜିକରଣ କରାଇ ପାରିବେ । ତା.୦୧.୦୪.୨୦୨୩ରିଖ ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟର ମାନେ ସେମାନଙ୍କ ଆଧାର ନମ୍ବର ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ଜଣାଇବେ । ଆଜି ଠାରୁ ଭୋଟରଗଣ ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରିବେ । ଏହା ବାଧ୍ୟତାମଳକ ନୁହେଁ । ପଞ୍ଜିକରଣ ଫର୍ମରେ କେତେକ ସଂଶୋଧନ କରାଯାଇଛି । ଏହି ରୂପାନ୍ତରୀତ ପଞ୍ଜିକରଣ ଫର୍ମ ଅଗଷ୍ଟ ୧ତାରିଖ ଠାରୁ କାର୍ଯ୍ୟକାରୀ ହେଲା । ବର୍ତ୍ତମାନ ନୂଆ ଫର୍ମ ପୂରଣ କରି ଅତି ସରଳ ଭାବରେ ଭୋଟର ତାଲିକାକୁ ସଂଶୋଧନ କରାଇ ପାରିବେ । ଏଣିକି ୧୭ବର୍ଷ ବୟସର ଯୁବବର୍ଗ ନିଜ ନାମକୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଇବା ନିମନ୍ତେ ଆବେଦନ କରିବେ । ସେମାନଙ୍କୁ ୧୮ ବର୍ଷ ଯେଉଁ ଦିନ ହେବ ସେହି ଦିନ ତାଙ୍କ ନାମ ଭୋଟର ତାଲିକାରେ ସଂଯୋଗ ହେବ । ଫର୍ମ-୬ରେ ନୂତନ ଭୋଟର ହେବା ପାଇଁ, ଫର୍ମ ୬(ଖ)ରେ ଆଧାର ସହିତ ନିଜର ଭୋଟ ପରିଚୟପତ୍ର ସଂଯୋଗ କରିବେ, ଫର୍ମ-୭ରେ ନାମ ବାଦ ଦେବା ନିମନ୍ତେ ଆବେଦନ କରିପାରିବେ ଏବଂ ଫର୍ମ-୮ରେ ଭୋଟର ତାଲିକାରେ ସଂଶୋଧନ ହେଉ କିମ୍ବା ଭୋଟର କାର୍ଡରେ ପରିବର୍ତ୍ତନ କରିବା ପାଇଁ ଆବେଦନ କରିପାରିବେ । ବୈଠକରେ ରାଜନୈତିକ ଦଳର ପ୍ରତିନିଧିଗଣ, ସାମ୍ବାଦିକ ଗଣ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଆସିଷ୍ଟାଣ୍ଟ କଲେକ୍ଟର ପ୍ରମୋଦ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ନେହେରୁ ଯୁବ କେନ୍ଦ୍ରର ଅକ୍ଷୟ ନିପାନେ ଏବଂ ନିର୍ବାଚନ ବିଭାଗର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ