ଖୁବ୍ ଶୀଘ୍ର ଆସିବ ସିଂହମ୍‌-୩

ମୁମ୍ବାଇ: ଖୁବ ଶୀଘ୍ର ଆସିବ ସିଂହମ-୩ । ଏ ନେଇ ସୂଚନା ଦେଇଛନ୍ତି ଖୋଦ ରାହିତ ସେଟ୍ଟୀ । ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେଟ୍ଟୀ ଏ ନେଇ ସୂଚନା ଦେଇଥିଲେ । ଅପକମିଂ ହିଷ୍ଟୋରୀକାଲ ଫିଲ୍ମ “ତାନାଜି ଦ ଅନସଙ୍ଗ ୱାରିୟର’ର ପ୍ରଥମ ଟ୍ରେଲର ରିଲିଜ ଅବସରରେ ଏହା କୁହାଯାଇଛି । ୟୁଟ୍ୟବ୍‌ରେ ଟ୍ରେଲର ଲଂଚ କରିବା ସହ ପ୍ରଡକ୍ସନ ହାଉସ ମୁମ୍ବାଇରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଥିଲା । ଏଥିରେ ଫିଲ୍ମର ସମସ୍ତ କଳାକାରଙ୍କ ସହ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଗୋଲମାଲ ଡିରେକ୍ଟର ରୋହିତ ସେଠୀ । ରୋହିତ ଏଠାରେ ଅଜୟ ଦେବଗନଙ୍କ ସହ ଥିବା ସମ୍ପର୍କକୁ ନେଇ ବେଶ ଭାବୁକ ହୋଇପଡିଥିଲେ । ନିଜ ବଲିଉଡ ଯାତ୍ରାରେ ଅଜୟଙ୍କ ଯୋଗଦାନ କଥା କହିଥିଲେ । ଏହି ସମୟରେ ଉପସ୍ଥିତ ଥିବା ଫ୍ୟାନମାନେ ପ୍ରଶ୍ନ କରିଥିଲେ ଯେ ସିଂହମର ପରବର୍ତ୍ତୀ ସିରିଜ କେବେ ଆସିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ