ନାବାଳିକକୁ ବଳକ୍ତକାର କରି ଦୀର୍ଘ ଦେଢ଼ ବର୍ଷ ଧରି ଫେରାର ଥିବା ମହେନ୍ଦ୍ର କୁ ଧରିବାରେ କାଶୀନଗର ପୋଲିସ ସଫଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳ ର ଶିଆଳି ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମ ରେ ଜନୈକା ନାବାଳିକା ଯୁବତୀ ଙ୍କ ଦୁଷ୍କର୍ମ କରିବା ସହ ଆନ୍ତସତ୍ୱା କରି ଫେରାର ହୋଇଯାଇଥିବା ସେହି ଗ୍ରାମର କଲାକା ମହିନ୍ଦ୍ରା (୨୭) କୁ କାଶୀନଗର ପୋଲିସ ଆନ୍ଧ୍ର ର ବିଡ଼ିକା ପେଟାରୁ ଗିରଫ କରିବାରେ ସଫଳ ହୋଇଛି । ଗଜପତି ଏସ.ପି. ଶ୍ରୀ ଜୟରାମ ଶତପଥୀ ଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ ଙ୍କ ବେତୃତ୍ୱରେ ଏକ ଟିମ ଆତ୍ମ ଗୋପନ କରିଥିବା ମହେନ୍ଦ୍ର କୁ ଗିରଫ କରି କୋର୍ଟ ଚାଲାଣ ଜରାଯାଇଥିବାର ଶ୍ରୀ ସାହୁ ସୂଚନା ଦେଇଛନ୍ତି । କୁନ୍ତୁ ପୀଡିତା ନ୍ୟାୟ ପାଇବାରେ ବିଳମ୍ବ ହୋଉଥିବାରୁ ପୀଡିତା ଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଳମ୍ବରେ ହେଲେ କାଶୀନଗର ପୋଲିସ ବାଳକ୍ତକାରିକୁ ଗିରଫ କରିପାରିଥିବା ରୁ ଉକ୍ତ ଗ୍ରାମର ଜନସାଧାରଣ ସନ୍ତୋଷ ପ୍ରକାଶ କରିଛନ୍ତି l