ବେକାରୀ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଏଆଇସିସି ନିର୍ଦ୍ଦେଶ ଅନୁସାରେ ଦରଦାମ ଓ ବେକାରୀ ସମସ୍ୟା ପ୍ରତିବାଦ ରେ ଗଜପତି ଜିଲ୍ଲା କଂଗ୍ରେସ ର ଜେଲ ଭରୋ ଆନ୍ଦୋଳନ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭପତି ଦାଶରଥି ଗୋମାଙ୍ଗ ଙ୍କ ନେତୃତ୍ୱରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପସ୍ଥିତିରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଏକ ବିରାଟ ପଟୁଆରରେ କଂଗ୍ରେସ ଭବନ ଠାରୁ ଶୋଭା ଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚି ଘେରାଉ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏହି ଅବସରରେ ସଭାପତି ଶ୍ରୀ ଗୋମାଙ୍ଗ ଉଦବୋଧନ ଦେଇ କହିଥିଲେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାରଙ୍କ ଅମଳରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ବେକାର ସମସ୍ୟା ମଧ୍ୟ ବୃଦ୍ଧି ପାଇଛି l ଦେଶରେ ଏକମାତ୍ର ଦଳ ଏବଂ ଏକ ମାତ୍ର ନେତା ରାହୁଳ ଗାନ୍ଧୀ ଏହାର ବିରୋଧ କରୁଥିବା ଯୋଗୁଁ ଗାନ୍ଧୀ ପରିବାର ବିରୋଧରେ ଇଡି ଲଗାଇ ତାଙ୍କୁ ହୋଇରାଣ ହରକତ କରୁଛନ୍ତି l ଏହି ପ୍ରତିବାଦ ସଭା ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୁୟାଁ, ଯାକେବ ରଇତ, ସମ୍ବର ପ୍ରଧାନ, ବାଳକୃଷ୍ଣ ମଳିକ, ମାଫିଆଲ ସ୍ୱାଲସିଂ, ନିର୍ମଳା ପାଳ, ଗୋପାଳ ଦଳାଇ, ରମେଶ ବିଷୋୟୀ, ସରପଞ୍ଚ ବିରଜା ନନ୍ଦ ଶବର, ଲକ୍ଷ୍ମଣ ବଳିଆର ସିଂ, ନୂଆଗଡବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ରାଜୀବ ଦୋରା, ଅରୁଣ ମାଝୀ, ମୀନ ମଣ୍ଡଳ ଓ ସୁମନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ l