ଡାଇରିଆ ସଚେତନତା ରଥ ଗଡିଲା

ବାଲେଶ୍ୱର, (ସରୋଜ ପଣ୍ଡା) : ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧିକୁ ଲକ୍ଷ୍ୟ ରଖି ଜିଲ୍ଲାରେ ଏହାର ନିରାକରଣ ନିମନ୍ତେ ଆରମ୍ଭ ହୋଇଛି ସଚେତନତା ଅଭିଯାନ । ଏହି ପରିପ୍ରେକ୍ଷୀରେ ଦୁଇଟି ସଚେତନତା ରଥକୁ ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଂଚଳ ପରିକ୍ରମା କରି ଜନସାଧାରଣଙ୍କୁ ଡାଇରିଆ ସହିତ ମ୍ୟାଲେରିଆ ଓ ଡେଙ୍ଗୁ ରୋଗରୁ ସୁସ୍ଥ ହେବା ଓ ନିରୋଗ ରହିବା ନିମନ୍ତେ ସଚେତନ କରିବ । ଡାଇରିଆ ରୋଗଠାରୁ ଦୂରେଇ ରହିବା ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା, ପରିଚ୍ଛନ୍ନତା ପ୍ରତି ବିଶେଷ ଦୃଷ୍ଟି ଦେବା ଏବଂ ନିୟମିତ ହାତ ଧୋଇବା ଓ ସଫା ରଖିବା ପାଇଁ ଏହା ବାର୍ତା ପ୍ରଚାରିତ କରିବ । ଅନୁରୂପ ଭାବେ ମ୍ୟାଲେରିଆ ଓ ଡେଙ୍ଗୁର ପ୍ରତିକାର ନିମନ୍ତେ ମଶାରୀ ବ୍ୟବହାର କରିବା ଏବଂ ବାଡିଘର ପରିଷ୍କାର ରଖିବା ପାଇଁ ଏହା ଲୋକଙ୍କୁ ସଚେତନ କରିବ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ଆଗୁଆ ପଦକ୍ଷେପ ଦ୍ୱାରା ଆମ ଜିଲ୍ଲାରେ ଏହି ସବୁ ରୋଗର ପ୍ରଭାବକୁ ପ୍ରତିହତ କରାଯାଇପାରିବ ବୋଲି ଜିଲ୍ଲାପାଳ ଶିନ୍ଦେ ଏହି ଅବସରରେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ଶଶାଙ୍କ ଶେଖର ଚୌଧୁରୀ, ପୌରପାଳିକା ସ୍ୱାସ୍ଥ୍ୟ ଅଧିକାରୀ ଡା. ସପନ କୁମାର ମହାନ୍ତି , ଡିପିଏମ ଶ୍ରୀ ଅନୀଲ କୁମାର ମହାନ୍ତି, ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ସୂଚନା ଅଧିକାରୀ ଶ୍ରୀକାନ୍ତ ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ