ଅଳପୁଆ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଦାବୀ ଜୋର ଧରିଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚିର ବନ୍ୟା, ବାତ୍ୟା ପ୍ରପିଡିତ ଅଳପୁଆ ପଞ୍ଚାୟତ ଅଧିବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ସତ୍ୱେ ହାଇସ୍କୁଲ ପରିସରରେ ଏକ ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଦାବି ପ୍ରଶାସନର କାଳ କ୍ଷେପଣ ନୀତି ପଟ୍ଟାମୁଣ୍ଡାଇ ଧୈାୟାଞ୍ଚଳର ଅଧିବାସୀମାନଙ୍କୁ ନିରାଶ କରିଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ନିର୍ମିତ ହୋଇଥିବା ଆଶ୍ରୟସ୍ଥଳକୁ ସୁରକ୍ଷା ଦୃଷ୍ଟିକୋଣରୁ ଭାଙ୍ଗି ଦିଆଯାଇଥିଲା । କାରଣ ସଂପୃକ୍ତ କୋଠାର ନିର୍ମାଣ କାର୍ଯ୍ୟ ନିମ୍ନମାନର ଥିଲା । ତେବେ ସେହି ସ୍ଥାନରେ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ପ୍ରଶାସନର ପ୍ରତିଶୃତି ପାଣିରେ ଗାର ସଦୃଶ ହୋଇଛି । ଏଥିପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । ଏସମ୍ପର୍କରେ ଅଳପୁଆବାସୀଙ୍କ ପକ୍ଷରୁ ପ୍ରଶାସନ ଓ ନେତୃମଣ୍ଡଳୀଙ୍କୁ ବାରମ୍ବାର ଅବଗତ ମଧ୍ୟ କରାଯାଇଛି । କିନ୍ତୁ ଅଦ୍ୟାବଧି କୈାଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅଳପୁଆ ପଞ୍ଚାୟତ ଅଧିବାସୀଙ୍କ ପକ୍ଷରୁ ସମାଜସେବୀ ଅକ୍ଷୟ କୁମାର ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ