୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନ ଉଦଘାଟିତ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୂର୍ବାହ୍ନରେ ନିମାପଡ଼ା-ବଳଙ୍ଗା ରାସ୍ତାର ଦଣ୍ଡିପୁର ଛକ ନିକଟରେ ଏକ ୩୩/୧୧କେଭି ବିଦ୍ୟୁତ ସବଷ୍ଟେସନ ଶକ୍ତି,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।ଏହି ଅବସର ରେ ଆୟୋଜିତ ସମାବେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ଏହି ସବଷ୍ଟେସନଟି ଦିନ ଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନାରେ ଓପିଟିସିଏଲ ଦ୍ବାରା ନିର୍ମିତ ହୋଇଛି।ଏହା ଦ୍ବାରା ଆଖପାଖ ଅଞ୍ଚଳର ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ଉପକୃତ ହେବେ ଏବଂ ଲୋ ଭୋଲଟେଜ ସମସ୍ୟାରୁ ମୁକ୍ତି ପାଇବେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।ଅନ୍ୟତମ ଅତିଥି ଭାବେ ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ,ଉପାଧ୍ୟକ୍ଷା ଅନୁସୂୟା ମହାନ୍ତି,ଚିଫ ଅପରେସନ ସର୍ଭିସ୍ ରାଜ କୁମାର ରସ୍ତୋଗୀ,ଓପିଟିସିଏଲର ପ୍ରକଳ୍ପ ପରିଚାଳକ ସୁନିଲ କୁମାର ଦଣ୍ଡସେନା, ଅଧିକ୍ଷଣ ଯନ୍ତ୍ରୀ ଜିତେନ୍ଦ୍ର କୁମାର ମିଶ୍ର, ନିମାପଡ଼ା ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ତଥା ପରିଚାଳକ ବିଶ୍ବରଂଜନ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ସହକାରୀ ପରିଚାଳକ ସୁନିଲ କୁମାର ଭୂୟାଁ, ସହକାରୀ ଯନ୍ତ୍ରୀ ଶିବବ୍ରତ ନାୟକ ଓ ରାକେଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।ସ୍ଥାନୀୟ ସରପଞ୍ଚ ଜୟନ୍ତୀ ପରିଡା,ସମିତି ସଭ୍ୟା ପ୍ରତିମା ନାୟକଙ୍କ ସମେତ ଆଖପାଖ ଗ୍ରାମପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/ ସଭ୍ୟା ଏବଂ ବହୁ ବୁଦ୍ଧିଜୀବୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।