ପ୍ରଜାତନ୍ତ୍ରର ୭୫ତମ ବର୍ଷ ପୂର୍ତ୍ତି ସମାରୋହ

୭୫ ବର୍ଷରେ ପ୍ରଜାତନ୍ତ୍ର ଅନେକ ସାହିତ୍ୟିକ ଓ ସାମ୍ବାଦିକମାନଙ୍କୁ ସୃଷ୍ଟିକରିଛି

କଟକ,  (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି କଟକଠାରେ ଓଡ଼ିଆ ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ପ୍ରଜାତନ୍ତ୍ରର ଅମୃତମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଅନେକ ଗଣମାନ୍ୟ ବ୍ୟକ୍ତି ବିଶେ ଷଉପସ୍ଥିତ ଥିଲେ । ଏଥି ପୂର୍ବରୁ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭୁବନେଶ୍ଵରଠାରେ ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିଥିଲେ । ସେ ମଧ୍ୟ କଟକରେ ମହାନ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୈତୃକ ବାସଭବନ ଏବଂ ଜନ୍ମସ୍ଥାନକୁ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଜାତନ୍ତ୍ରର ଅମୃତ ଉତ୍ସବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅମିତ ଶାହା କହିଥିଲେ ଯେ, ମୁଁ ଯେତେ ବେଳେ ଉତ୍କଳ ଭୂମିକୁ ଆସିଥାଏ, ମହାପ୍ରଭୁଙ୍କୁ ପ୍ରଣାମକରି ଏହି ଭୂମିରେ ପାଦ ଥାପିଥାଏ । ଭଗବାନ ଶ୍ରୀଜଗନ୍ନାଥ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସାରା ଦେଶକୁ ଭକ୍ତି ଓ ସଂସ୍କୃତି ଜରିଆରେ ଯୋଡ଼ି ରଖିଛନ୍ତି । ସେ କହିଥିଲେ ଯେ ସ୍ଵାଧୀନତାର ଅମୃତ ମହୋତ୍ସବର ବର୍ଷ ଦେଶ ସ୍ଵାଧୀନତା ପାଇଁ ନିଜର ପ୍ରାଣବଳୀ ଦେଇଥିବା ଆନ୍ଦୋଳନ କାରୀ ଏବଂ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣକରିବା ଏବଂ ଦେଶ ସ୍ଵାଧୀନତାରେ ସେମାନଙ୍କ ଯୋଗଦାନକୁ ସ୍ଵୀକାର କରିବାର ସମୟ । ଶାହା ଦେଶର ସ୍ଵାଧୀନତା ସଂଗ୍ରାମରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ଏବଂ ପ୍ରଜାତନ୍ତ୍ର ସମ୍ବାଦପତ୍ରର ଯୋଗଦାନକୁ ସ୍ମରଣ କରିଥିଲେ । ସେ କହିଥିଲେ ଯେ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ କେବଳ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ ବରଂ ଦେଶ ସ୍ଵାଧୀନ ହେବାପରେ କେନ୍ଦ୍ର ମନ୍ତ୍ରୀ, ମୁମ୍ବାଇର ରାଜ୍ୟପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ପ୍ରଜାତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ ଉତ୍କଳର ପ୍ରଜା ମାନଙ୍କ ପାଇଁ ସବୁବେଳେ ଗୌରବ ଆଣି ଦେଇଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ପ୍ରଜାତନ୍ତ୍ର ୭୫ ବର୍ଷ ଧରି ଜନତାଙ୍କ ହିତ ପ୍ରତି ସମର୍ପିତ ହୋଇ କାର୍ଯ୍ୟକରୁଛି । ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରଦର୍ଶିତ ମାର୍ଗରେ ଆଜି ଭର୍ତ୍ତୃହରି ମହତାବ ପ୍ରଜାତନ୍ତ୍ରକୁ ଆଗେଇ ନେଉଛନ୍ତି । ସେ କହିଥିଲେ ଯେ, କୌଣସି ସମ୍ବାଦ ପତ୍ର ୭୫ ବର୍ଷ ପୂରଣ କରିବା ଏକ ଗୁରୁତ୍ଵ ପୂର୍ଣ୍ଣ ଉପଲବ୍ଧି, କିନ୍ତୁ ୭୫ ବର୍ଷ ଧରି ଗୋଟିଏ ବିଚାରକୁ, ଦେଶ ଏବଂ ଜନତାଙ୍କ ପ୍ରତି ସମର୍ପିତ କରିରଖିବା ସହିତ ସବୁବେଳେ ଉତ୍କଳ ଜନତାଙ୍କ ସ୍ଵର ହୋଇ ସମ୍ବାଦ ପତ୍ର ଚଳାଇବା କରିବା ଆହୁରି ବଡ଼ କଥା । ଶ୍ରୀ ଶାହା କହିଥିଲେ ଯେ, ଜରୁରି ପରିସ୍ଥିତି, କଳାହାଣ୍ଡି ପ୍ରସଙ୍ଗ, ଏସଆରସି ଆନ୍ଦୋଳନ କିମ୍ବା ୧୯୬୪ର ଛାତ୍ର ଆନ୍ଦୋଳନ ଭଳି ଘଟଣାରେ ପ୍ରଜାତନ୍ତ୍ର ପ୍ରତ୍ୟେକ ଆନ୍ଦୋଳନର ସ୍ଵରକୁ ଶାଣିତ କରିବାର କାମ କରିଥିଲା । ପ୍ରଜାତନ୍ତ୍ରକୁ ଶୁଭକାମନା ଜଣାଇ କହିଥିଲେ ଯେ ଯେତେବେଳେ ସ୍ଵାଧୀନତା ସଂଗ୍ରାମର ଶତବାର୍ଷିକୀ ବର୍ଷ ପାଳନ କରାଯିବ ସେହିସମୟରେ ପ୍ରଜାତନ୍ତ୍ରର ଶହେ ବର୍ଷ ପୂର୍ତ୍ତିପାଳନ କରାଯିବା ଗୌରବର ବିଷୟ ହେବ । କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଶାହା କହିଥିଲେ ଯେ, ଏକ ଗରିବ ଜନଜାତି ପରିବାରରୁ ଆସିଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଦେଶର ରାଷ୍ଟ୍ରପତି ହେବା ଉତ୍କଳ ପ୍ରଦେଶ ସହିତ ସାରା ଦେଶ ପାଇଁ ଗର୍ବର ବିଷୟ। ଏଥିପାଇଁ ସବୁ ଉତ୍କଳବାସୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ସେକହିଥିଲେ ଯେ, ଆମ ଦେଶର ସମ୍ବିଧାନ ସଭାରେ ଜଣେ ହେଲେ ଜନଜାତି ମହିଳା ନଥିଲେ, କିନ୍ତୁ ଆଜି ସେହି ସମ୍ବିଧାନ ଦ୍ୱାରା ପ୍ରତିଷ୍ଠିତ ଗଣତନ୍ତ୍ରରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ମହାମହିମ ରାଷ୍ଟ୍ରପତି ହୋଇପାରିଛନ୍ତି । ଅମିତ ଶାହାକହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଆମେ ସମସ୍ତେ ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପାଇଁ ରାଜ୍ୟସରକାରଙ୍କ ସହ ପ୍ରୟାସ କରୁଛୁ । ଟିମ୍‌ ଇଣ୍ଡିଆଭା ବନାନେଇ କେନ୍ଦ୍ର ଏବଂ ରାଜ୍ୟ ମିଳିମିଶି କାମ କରିବା ଲାଗି ପ୍ରଧାନମନ୍ତ୍ରୀ ପ୍ରୟାସ କରୁଛନ୍ତି । ସେ କହିଥିଲେ ଯେ, ଓଡ଼ିଶାରେ ଜନ୍ମିତ ଶ୍ରୀମତୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ହୋଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା ମନ୍ତ୍ରୀ, ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ, ବିଶ୍ଵେଶ୍ଵର ଟୁଡୁ କେନ୍ଦ୍ରରେ ଜନଜାତି ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ଭାରତୀୟ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଓଡ଼ିଶାର । ସ୍ଵାଧୀନତା ପରେ ଓଡ଼ିଶାକୁ କେବେ ବି ଏତେ ପ୍ରତିନିଧିତ୍ଵ ମିଳିନଥିଲା ବୋଲି ସ୍ଵରାଷ୍ଟ୍ରମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଓଡ଼ିଶାରେ ବିକାଶର ଅପାର ସମ୍ଭାବନା ରହିଛି ଏବଂ ଆଗାମୀ ଦିନରେ ରାଜ୍ୟର ଏକ ଉଜ୍ଜ୍ଵଳ ଭବିଷ୍ୟତର ହିଛି । କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ତାଙ୍କର ଆଉ ଏକ ଯୋଗଦାନ ପାଇଁ ସ୍ମରଣ କରାଯାଇଥାଏ । ୧୯୪୭ରେ ଯେତେବେଳେ ସର୍ଦ୍ଦାର ପଟେଲ ଏହି କ୍ଷେତ୍ରର ସବୁରାଜ୍ୟକୁ ଯୋଡ଼ିବା ଲାଗି ଆସିଥିଲେ, ସେ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ସବୁ ରାଜ୍ୟକୁ ଭାରତୀୟ ସଂଘରେ ମିଶାଇବାର ଦାୟିତ୍ଵ ଦେଇଥିଲେ । ଡକ୍ଟର ମହତାବ ଖୁବ ଭଲଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଭାରତ ସରକାର ଏବଂ ଦେଶର ଜନତାଙ୍କ ପକ୍ଷରୁ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡକ୍ଟର ମହତାବଙ୍କ ଉକ୍ତିରେ ସାଂସ୍କୃତିକ ବିକାଶବିନା କୌଣସି ଦେଶ ମହାନ ହୋଇ ପାରିବ ନାହିଁ । ଉତ୍କଳ ଭୂମି ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ । ଏଠାକାର ଭାଷା, ଏହାର ଗୌରବ, ସଙ୍ଗୀତ, ନାଟ୍ୟକଳା ଓ ସାହିତ୍ୟ ଉତ୍କୃଷ୍ଟ । ଦେଶର କେତେକ ଉତ୍କୃଷ୍ଟ ପ୍ରଦେଶର ସାହିତ୍ୟ ରଚନା ମଧ୍ୟରେ ଉତ୍କଳର ସାହିତ୍ୟକୁ ମାନ୍ୟତା ମିଳିଥାଏ । ଆମେ ସମସ୍ତେ ଏହି ଐତିହ୍ୟକୁ ଆଗେଇ ନେବା ଉଚିତ ଏବଂ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ଏହା ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରୀ କହିଥିଲେ । ଯେ ଭର୍ତ୍ତୃହରି ମହତାବ ଦେଶର ରାଜଭାଷାକୁ ମଜବୁତ କରିବାରେ ବହୁତ ବଡ଼ଯୋଗଦାନ ଦେଇଛନ୍ତି । ସେ କେବଳ ଓଡ଼ିଶାରେ ନୁହେଁ, ବରଂ ସାରା ଦେଶର ସବୁ ରାଜ୍ୟରେ ରାଜଭାଷାକୁ ସଶକ୍ତ କରିବା ଲାଗି ପ୍ରୟାସ କରିଛନ୍ତି । ପ୍ରଜାତନ୍ତ୍ର କେବଳ ଏକ ସମ୍ବାଦ ପତ୍ର ନୁହେଁ ବରଂ ଏପରି ଏକ ସଂଗଠନ ଯେଉଁଠି ଶତାଧିକ କଲମ ସନ୍ନ୍ୟାସୀ ସୃଷ୍ଟି ହୋଇଛନ୍ତି, ଯେଉଁ ମାନେ ସାହିତ୍ୟ ସର୍ଜନାରେ ବଳିଷ୍ଠ ଯୋଗଦାନ ଦେଇଛନ୍ତି । ୭୫ ବର୍ଷରେ ପ୍ରଜାତନ୍ତ୍ର ଅନେକ ସାହିତ୍ୟିକ ଓ ସାମ୍ବାଦିକ ମାନଙ୍କୁ ସୃଷ୍ଟି କରିଛି । ସାମ୍ବାଦିକତାର ଜ୍ୟୋତିକୁ ଜଳାଇ ରଖିବା ସହିତ ସାମ୍ବାଦିକତାର ଧର୍ମକୁ ବଜାୟରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ