ଫେରାର ହୋଇଥିବା କଏଦୀଙ୍କୁ ୯ ବର୍ଷ ପରେ ଧରିଲା ପୋଲିସ

କଟକ, (ଓ୍ବାଇଏନଏସ): ଜେଲ୍ ରୁ ପାରୋଲରେ ଆସି ଫେରାର ହୋଇଥିବା ଜଣେ ଆଜୀବନ ସଜାପ୍ରାପ୍ତ କଏଦୀଙ୍କୁ ଦୀର୍ଘ ୯ବର୍ଷ ପରେ କଟକ କମିଶନରେଟ୍ ପୁଲିସ ଧରିଛି। ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ୨୦୦୮ ମସିହାରେ ଗିରଫ ହୋଇଥିବା ସାଜିଦ ଖାନ୍ ଚୌଦ୍ୱାର ଜେଲରେ ଆଜୀବନ ସଜା କାଟୁଥିଲା। ତେବେ ୨୦୧୭ ମସିହାରେ ତାକୁ ୧୪ ଦିନ ପାଇଁ ପାରୋଲ ମିଳିଥିଲା। କିନ୍ତୁ ପାରୋଲରେ ବାହାରିବା ପରେ ସେ ଆଉ ଜେଲକୁ ଫେରିନଥିଲା ଏବଂ ଫେରାର ହୋଇଯାଇଥିଲା।ଫେରାର ପରେ ସାଜିଦ ପ୍ରଥମେ ଯାଜପୁର, ପରେ ଦିଲ୍ଲୀ ଏବଂ ଶେଷରେ ପଞ୍ଜାବର ଅମୃତସରରେ ଆତ୍ମଗୋପନ କରିଥିଲା। ସେଠାରେ ସେ ନିଜ ନାଁ ବଦଳାଇ ଫୟାଜ୍ ଖାନ୍ ନାଁରେ ରହୁଥିଲା। ବେଡ୍‌ସିଟ୍ ବିକ୍ରି କରି ଜୀବିକା ଚଳାଇବା ସହ ସେଠାରେ ବିବାହ କରି ପରିବାର ସହ ରହୁଥିଲା।୨୦୨୫ ଡିସେମ୍ବରରେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ ଫେରାର କଏଦୀ ବିରୋଧରେ ଥାନାରେ ଏତଲା ଦେବା ପରେ ଜଗତପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା।ସାଜିଦକୁ ଧରିବା ପାଇଁ କମିଶନରେଟ୍ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ପ୍ରାୟ ୬ ମାସ ଧରି ଚାଲିଥିବା ତଦନ୍ତରେ ସାଇବର ଟିମ୍‌ର ସହାୟତା ନିଆଯାଇଥିଲା। ଶେଷରେ ପଞ୍ଜାବର ଅମୃତସରରୁ ଜଗତପୁର ଥାନା ଗିରଫ କରାଯାଇଥିବା ସିପି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ