ଶଙ୍ଖ ଛାଡିଲେ ମୋହନ
ବିଜେଡିରୁ ଇସ୍ତଫା ଦେଲେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା । ଆଜି ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ଦଳରେ ଅଣଦେଖା କରାଯାଉଥିବା ଦର୍ଶାଇ ମୋହନ ଜେନା ପ୍ରାଥମିକ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ଦଳର ବରିଷ୍ଠ ନେତାଙ୍କୁ ସୁପ୍ରିମୋଙ୍କ ସହ ଭେଟ କରିବା ପାଇଁ ଅନୁମତି ମିଳୁନଥିବା ସେ ଅଭିଯୋଗ ଆଣିଛନ୍ତି ।ଶ୍ରୀ ଜେନା ବିଜେଡିରୁ ୨ଥର ସାଂସଦ ରୂପେ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହା ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ତାଙ୍କ ବଦଳରେ ରୀତା ତରାଇଙ୍କୁ ପ୍ରାର୍ଥୀ କରିଥିଲା। ଶ୍ରୀମତୀ ତରାଇ ମଧ୍ୟ ନିର୍ବାଚିତ ହୋଇଥିଲେ। ଏଥର ଶ୍ରୀମତୀ ତରାଇଙ୍କ ସହିତ ଶ୍ରୀ ଜେନା ମଧ୍ୟ ଟିକେଟ ପାଇଁ ଆଶାୟୀ ଥିଲେ। ମାତ୍ର, ବିଜେଡି ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ଶ୍ରୀ ଜେନା ଆଜି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏବଂ ନିଜର ଇସ୍ତଫା ପତ୍ରକୁ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ଯେ, ଶ୍ରୀ ଜେନା ଖୁବଶୀଘ୍ର ବିଜେପିରେ ଯୋଗଦେବେ ଏବଂ ସାଂସଦ ଭାବେ ପ୍ରତିଦ୍ୱନ୍ଦ୍ବିତା କରିବାର ସମ୍ଭାବନା ରହିଛି।


