ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ କୁଳେଇପଦା ନିକଟରେ ଭଦ୍ରକ – ଆରଡି ରାଜ୍ୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଉକ୍ତ ଦୁର୍ଘଟଣାରେ ଭଦ୍ରକ ଜିଲା, ଧୂଷୁରୀ ଥାନା କାସିମ ପୁର ଗ୍ରାମର ଅଂଶୁପା ନାୟକ ( ୧୯) ମୃତ୍ୟୁ ବରଣ କରିଥିଲା ବେଳେ ଯାଜପୁର ଜିଲା, ମଙ୍ଗଳପୁର ଥାନା ମୁରାରୀପୁର ଗ୍ରାମର ଏମ.ସାଇ. ଦତ୍ତ (୨୪) ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଓ ମୃତା ଯୁବତୀ ଏକ ବାଇକରେ ଆରଡି ଆଡୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଭଦ୍ରକ ଆଡୁ ଆସୁଥିବା ଓଡି ୨୨କେ ୨୬୩୭ ଗେଲେଶ୍ବର ନାମକ ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ବସ୍ ଡ୍ରାଇଭର ଆରଡି ଫାଣ୍ଡିରେ ଆତ୍ମ ସମର୍ମଣ କରିଥିଲା । ଘଟଣା ସ୍ଥଳରେ ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ମଲ୍ଲ ଓ ରମେଶ ଚନ୍ଦ୍ର ରାଉତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହାୟତାରେ ଉଭୟଙ୍କୁ ଏକ ଘରୋଇ ଯାନରେ ଭଦ୍ରକ ମୂଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ସୂଚନାନୁସାରେ ଯୁବକ ଜଣକ ପେଟରେ ଆଘାତ ଲାଗିଛି ଓ ତାଙ୍କର ଚିକିତ୍ସା କରାଯାଉଛି ।