ଜେଏନୟୁ ଛାତ୍ର ଆନ୍ଦୋଳନ ସମର୍ଥନରେ କ୍ରାନ୍ତି ଯୁବ ସଂଘର ବିକ୍ଷୋଭ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଶୁକ୍ରବାର ସନ୍ଧ୍ୟାରେ କ୍ରାନ୍ତି ଯୁବ ଛାତ୍ର ସଂଘ ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜେଏନୟୁ ବିଶ୍ୱ ବିଦ୍ୟାଳୟରେ ଅଗଣତାନ୍ତ୍ରିକ ଭାବେ ଫି ବୃଦ୍ଧି କୁ ନେଇ ଛାତ୍ରମାନେ ଆନ୍ଦୋଳନରତ ଥିଲା ବେଳେ ପୁଲିସ ପକ୍ଷରୁ ଅମାନୁସିକ ଭାବେ ଆକ୍ରମଣ ହୋଇଥିଲା । ଏଥିରେ ଅନେକ ଛାତ୍ର ଆହାତ ହୋଇଥିଲେ । ଏହାକୁ ସମର୍ଥନ ଜଣାଇ ଆଜି କ୍ରାନ୍ତି ଯୁବ ଛାତ୍ର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏବଂ ପୁଲିସ ର ଅମାନସିକ କାର୍ଯ୍ୟ ନିନ୍ଦା କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ସଭାପତି ଇଜୁ ଆମିନ୍ ଖାନ୍, ଦିବାକର ସେଠୀ, ରଶ୍ମି ରଂଜନ ମହାପାତ୍ର, ଅଭିଶେକ ପଟ୍ଟନାୟକ, ରୁଦ୍ରେଶ୍ୱର ବେହେରା, କୃଷ୍ଣ ପ୍ରଧାନ, ସୁନିଲ କୁମାର ଗୈାଡ, ଦିଲ୍ଲୀପ ମଣ୍ଡଳ, ମାନସ ଗୈାଡ, ଅକ୍ଷୟ ସେଠୀ ଓ ରଂଜିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


