ମାଗଣା ତ୍ରିରଙ୍ଗା ପତାକା ବଣ୍ଟନ
ନିମାପଡ଼ା, (ସନ୍ତୋଷ ଦାଶ):ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ଏହାକୁ ଆହୁରି ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ସାହାର୍ଯ୍ୟରେ ୩୦ ଲକ୍ଷ ତ୍ରିରଙ୍ଗା ପତାକା ବଣ୍ଟନ ର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ମିଶନ ଶକ୍ତି ସହାୟତାରେ ପୁରୀ ଜିଲ୍ଲା କାକଟପୁର ବ୍ଲକ କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ୫୦୦ ପରିବାରକୁ ତ୍ରିରଙ୍ଗା ପତାକା ବଣ୍ଟନ କରାଯାଇଛି। ମହାସଂଘ ସଭାନେତ୍ରୀ କବିତା ସେଠି, ସମ୍ପାଦିକା ସୀମା ମାଣ୍ଡେଇ, ଧନୀତ୍ରୀ ମଞ୍ଚ ସଭାନେତ୍ରୀ ଦେବକୀ ବିଶ୍ଵାଳ, ଝିଲ୍ଲି ପାଇଟାଳ, ଝିଲି ମାଝୀ, ସୁଜାତା ପଣ୍ଡା, ନିରୁପମା ବେହେରା, ଝୁନୁ ସ୍ବାଇଁ, ଝୂନୁ ଭୁୟାଁ ଓ ସୁକାନ୍ତି ବେହେରା ପ୍ରମୁଖ ଯୋଗଦେଇ ପ୍ରତି ପରିବାରକୁ ତ୍ରିରଙ୍ଗା ପତାକା ବଣ୍ଟନ କରିବା ସହ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ପତାକା ଉଡ଼ାଇ ଆଜାଦି କା ଅମୃତ ମହୋତ୍ସବ ପାଳନ କରିବାକୁ ଆହ୍ବାନ ଦେଇଥିଲେ।