ହର ଘର ତ୍ରିରଙ୍ଗା ଅଭିଯାନ ରେ ସ୍ୱୟଂ ସହାୟିକା ଗୋଷ୍ଠି ଙ୍କ ଦ୍ୱାରା ଜାତୀୟ ପତାକା ବଣ୍ଟନ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ରତା ର ଆଜାଦି କା ଅମ୍ରିତ ମହୋତ୍ସବ ପାଳନ ଅବସର ରେ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଅଭିଯାନ ରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ ଦେଇଛନ୍ତି । ଏ ପ୍ରରିପେକ୍ଷୀ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କି ମିଶନ ଶକ୍ତି ମାଧ୍ୟମ ରେ ରାଜ୍ୟର ପ୍ରେତ୍ୟେକ ପରିବାର କୁ ମାଗଣା ରେ ଜାତୀୟ ପତାକା ବଣ୍ଟନ କରାଯିବ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଙ୍କ ପରାମର୍ଶ କ୍ରମରେ କରଞ୍ଜିଆ ରେ ସ୍ୱୟଂ ସହାୟିକା ଗୋଷ୍ଠି ଙ୍କ ଦ୍ୱାରା ଘର ଘର ବୁଲି ବିନା ମୂଲ୍ୟରେ ଜାତୀୟ ପତାକା ବଣ୍ଟନ କରାଯାଇଛି।ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ମାତୃଶକ୍ତି ମହାସଂଘ ର ନଡ଼ିଆ ରାଣୀ , ବାବା ବୈଦ୍ୟନାଥ,ମା ତ୍ରିଷକ୍ତି, ଜଗାବିଶ୍ୱ,କାନ୍ହା,ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳା ମାନେ ଘର ଘର ବୁଲି ଜାତୀୟ ପତାକା ବଣ୍ଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ରିତାରାଣୀ ଦାସ, କଳ୍ପନା ମହାନ୍ତି, ତପସ୍ୱିନୀ ରାଜ,ଗୀତା ନାଏକ, ବବିତା ପୁଥାଳ, ଆଲୋଚନା ନାଏକ,ସୁଶାନ୍ତି ପୁଥାଳ, ଗୁରୁବାରୀ କୋଇରୀ, ଶାନ୍ତିଲତା ନାଏକ,ରୀନା ଜେନା ପ୍ରମୁଖ ପତାକା ବଣ୍ଟନ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଏହି ମହାନ ଉଦେଶ୍ୟ ବାବଦରେ ବୁଝାଇଥିଲେ । ଜନସାଧାରଣ ମୁଖ୍ୟମନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ସାଧୁବାଦ ଜଣାଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ