ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା) : ମୁନିସପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ ହୋଇଯାଇଛି l ଡା ସୁଦର୍ଶନ ସାହୁ ଓ ଡା ସନ୍ତୋସିନୀ ସେଠି ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଉକ୍ତ କାର୍ଯ୍ୟକ୍ରମ ସାରା ଛତ୍ରପୁର ବ୍ଲକ ରେ ୧ରୁ ୧୯ ବର୍ଷ ବୟସର ସମସ୍ତ ଛୁଆଙ୍କୁ ଏହି କୃମି ନାଶକ ଔଷଧ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର,ସି ଡି ପି ଓ କ୍ରୀଷ୍ଣା କୁମାରୀ ନନ୍ଦ, ପରିଦର୍ଶକ କ୍ରିଷ୍ଣ ଚନ୍ଦ୍ର ଜେନା, ଏ ଏନ ଏମ ସବିତା କୋଠିଆ, ବି ପି ଏ ମ ସୀମାଞ୍ଚଳ ପ୍ରଧାନ ଉପସ୍ଥିତ ଥିଲେ। ଡା. ରାମନୁଜ ପଟ୍ଟନାୟକ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସମସ୍ତ ଛାତ୍ର ଙ୍କୁ ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ସଚେତନ କରେଇଥିଲେ। ନରେନ୍ଦ୍ରପୁରର ପୂର୍ବତନ ସମିତିସଭ୍ୟ ଜ୍ୟୋତି ରଞ୍ଜନ ସାହୁ ଓ ଯୁବନେତା ଅଲିଅଳ ସେନାପତିଙ୍କ କରକମଳରେ କାର୍ଯ୍ୟକ୍ରମର ଶୁଭାରମ୍ବ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ