ଏକାମ୍ରରେ ସହୀଦଙ୍କୁ ପ୍ରଣାମ, ସାମିଲ ହେଲେ ସ୍ୱାଧିନତା ସଂଗ୍ରାମୀଙ୍କ ଦାୟଦ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସ୍ୱାଧିନତାର ୭୫ବର୍ଷ ପୁରଣ ଉପଲକ୍ଷେ ଭୁବନେଶ୍ୱରର ସ୍ୱାଧିନତା ସଂଗ୍ରାମୀ ପଣ୍ଡିତ ରଘୁନାଥ ମହାପାତ୍ର ଓ ସହୀଦ ପଦ୍ମନାଭ ଛୋଟରାୟଙ୍କ ସମ୍ପର୍କରେ ଆଲୋଚନାଚକ୍ର ପୁରୁଣା ଭୁବନେଶ୍ୱର ଟାଉନ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏକାମ୍ର ସଂଘଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ପଣ୍ଡିତ ରଘୁନାଥ ଓ ସହୀଦ ପଦ୍ମନାଭ ଛୋଟରାୟଙ୍କ ଜୀବନୀ ସମ୍ପର୍କରେ ଏକାମ୍ରର ବିଶିଷ୍ଟ ମୁରବୀମାନେ ସାମିଲ ହୋଇ ସ୍ମୃତି ଚାରଣ କରିଥିଲେ । ଆଗାମୀ ପିଢ଼ୀ ସେମାନଙ୍କୁ ଭୁଲିଯାଉଥିବାରୁ ସେମାନଙ୍କ ସ୍ମୃତି ରକ୍ଷା ପାଇଁ ଏକତ୍ରୀତ ହୋଇ କାର୍ଯ୍ୟ କରିବେ ବୋଲି ସଭିଁଏ ମତ ରଖିଥିଲେ । ସଂଘଠନର ସଭାପତି ଅମୀୟ ଦାଶ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଲିଙ୍ଗରାଜ ସାହୁ ଏହାକୁ ସଂଯୋଜନା କରିଥିଲେ । ଏଥିରେ ଅତିଥି ଭାବେ ସମ୍ବକାର ଭାଗିରଥୀ ମହାସୁଆର, ପୃଥୀବକାନ୍ଥ ମହାପାତ୍ର, ଭାଗିରଥୀ ମହାପାତ୍ର, ଗଜେନ୍ଦ୍ର ବଡ଼ୁ, ଗୋସାଗରେଶ୍ୱର ମୁରବୀ ରବିନ୍ଦ୍ର ନାଥ ପ୍ରଧାନ, ଜାଗମରା ଗ୍ରାମ କିମିଟି ସଭାପତି ରମେଶ ଚନ୍ଦ୍ର ଜେନା, ବରମୁଣ୍ଡା ଗ୍ରାମ କମିଟି ସଭାପତି ଉପେନ୍ଦ୍ର ପାଇରାୟ, ସୁନ୍ଦରପଦା ମୁରବୀ ଗନ୍ଧର୍ବ ଜେନା, ବଡ଼ୁ ନିଯୋଗ ପୂର୍ବତନ ସମ୍ପାଦକ ଜିତେନ ବଟୁ, ପ୍ରତାପ କୁମାର ମହାନ୍ତି, ବେଣୁଧର ପାତ୍ର, ସନ୍ତୋଷ ସାମନ୍ତରାୟ, ରତିକାନ୍ତ ବଟୁ, ପ୍ରଶାନ୍ତ ବଟୁ, କାର୍ତିକ ଚନ୍ଦ୍ର ଜେନା, ନରେନ୍ଦ୍ର ନାଥ ସାହୁ, ପ୍ରଭାତ କୁମାର ଦଳବେହେରା, ଅଜୟ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ଶେଷରେ ସବୁ ମୁରବୀଙ୍କ ସମେତ ଶତାଧିକ ଯୁବକ ଏକ ଶୋଭାଯାତ୍ରାରେ ବଢ଼େଇବାଙ୍କ ଛକ ନିକଟରେ ପହଂଚି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହୋଇ ମଂଚ ଉପରେ ଜାତୀୟ ପତାକା ଉଡାଇଥିଲେ । ଏହି ଅବସରରେ ବିଭିନ୍ନ କଳାକାରଙ୍କ ଦ୍ୱାରା ଦେଶାତ୍ମୋକ ସଂଗୀତ ପରିବେଷଣ କରାଯାଇଥିଲା । ଶେଷରେ ଗୋପାଳ ବଟୁ ଧ୍ୟନ୍ୟବାଦ ପ୍ରଦାନ କରିଥିଲେ ।


