ଓଡ଼ିଶା ମୋ ପରିବାର’ଜୀବନ ବିନ୍ଦୁ ‘ଏବଂ ରାଇରଙ୍ଗପୁର କ୍ରିକେଟ କ୍ଲବ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ସମଗ୍ର ଭାରତବର୍ଷ ପଲ୍ଲୀରୁ ଦିଲ୍ଲୀ ୭୫ ତମ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ଏହି ଉତ୍ସବ ପାଳନ କରି ଲୋକମାନଙ୍କୁ ସଚେତନ କରାଉଥିବା ଦେଖା ଦେଇଛି ।ଏହି ଅବସରରେ ଓଡ଼ିଶା ମୋ ପରିବାରର’ଜୀବନ ବିନ୍ଦୁ ‘କାର୍ଯ୍ଯକ୍ରମ ରାଇରଙ୍ଗପୁର ବିଜୁ ଯୁବ ଜନତା ଦଳ ଏବଂ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ କ୍ରିକେଟ ଅନୁଷ୍ଠାନ ‘ରାଇରଙ୍ଗପୁର କ୍ରିକେଟ କ୍ଲବ ‘ମିଳିତ ଆନୁକୁଲ୍ୟରେ ପବିତ୍ର ଅଗଷ୍ଟ ୧୫ ଦିନ ଅବସରରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ଏକ ବୃହତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଯୁବ ସମାଜସେବୀ ସୌମିକ ଦାସ କାନୁନଗୋ (ଟିଟନ) ଏବଂ କ୍ରିକେଟ କ୍ଲବ ସଂପାଦକ ଅମିତ ସିଂ ମୋଦକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ମହତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଯୁବ ଉଦ୍ୟୋଗପତି ସଚିନ ଅଗ୍ରୱାଲ,ରାଜ୍ୟ ବିଜୁ ଛାତ୍ର ଜନତା ସଂପାଦକ ବିକାଶ ମହାନ୍ତ,ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସୌମେଶ ମହାନ୍ତ ପ୍ରମୁଖ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ବେଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ମୋଟ ୬୦ ୟୂନିଟ ରକ୍ତ ସଂଗୃହୀତ ହୋଇଥିଲା ।ଯୁବ ସମାଜସେବୀ ସୌମିକଙ୍କ ପ୍ରଚେଷ୍ଟାରେ ୪୦ ଜଣ ନବାଗତ ଯୁବକ/ଯୁବତୀ ଏହି ମହାନ ଦିବସରେ ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।କାର୍ଯ୍ଯକ୍ରମରେ ରକ୍ତ ଭଣ୍ଡାର କର୍ମଚାରୀ ଦେବବ୍ରତ ଗିରି,, ଚିରଞ୍ଜିବୀ ମହାନ୍ତି, ସୁମନ୍ତ ଗିରି,ରଜନୀ ଭରପୁରିଆ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।ଶିବିରରେ ଇଂ ଅମନ ମହାନ୍ତି,ପଞ୍ଚୁ ଲୋହାର, ଚିନ୍ମୟୀ ସାହୁ, ଇଂ କାହ୍ନା,ଗିରିଜା,ନନ୍ଦନ,ଯୁଗଳ,ମାମୁନ, ଧରିତ୍ରୀ, ଦେବାଶିଷ ମହାନ୍ତ,ଜଗା ମହାନ୍ତ,ଜୀବନ ଜୀତ ସାହୁ,ଋଷିଭ ଶର୍ମା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଆଜିର ପବିତ୍ର ଦିନ ଅବସରରେ ବିଜୁ ଯୁବ ଜନତା ଏବଂ ରାଇରଙ୍ଗପୁର କ୍ରିକେଟ କ୍ଲବ୍ ଏଭଳି ସାମାଜିକ ନିଆରା କାର୍ଯ୍ୟକ୍ରମ ତଥା ରକ୍ତଦାନ ଭଳି ମହାନ କାର୍ଯ୍ୟକ୍ରମ ଓ ସଚେତନତା ଆୟୋଜନ କରିଥିବାରୁ ସାଧାରଣରେ ପ୍ରଶଂସାର କରାଯାଇଛି ।


