ବଟିଲୋ ପଞ୍ଚାୟତ ପକ୍ଷରୁ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପରିସରରେ ୭୬ତମ ସ୍ୱାଧିନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆଇଆଇସି ଆଦିତ୍ୟ ପ୍ରସାଦ ଜେନାଙ୍କ ଦ୍ୱାରା ପତାକା ଉତ୍ତୋଳନ ହୋଇଥିଲା । ଏଥିରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସମବାୟ ସମିତିର ସଂପାଦକ ବ୍ରଜ କିଶୋର ବିଶ୍ୱାଳଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ପରେ ସରପଞ୍ଚ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ମୁଖ୍ୟ ବକ୍ତା ଭାବେ ସମବାୟ ସମିତିର ସଭାପତି ବିଜୟ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ଅଣ ସ୍ୱାଧିନତା ସଂଗ୍ରାମୀ ବାଳକୃଷ୍ଣ ଜେନା, ପୂର୍ବତନ ସରପଞ୍ଚ କାଳନ୍ଦି ଚରଣ ବେହେରା, ଅର୍ଜ୍ଜୁନ ଚରଣ ପଣ୍ଡା, ସ୍ମୃତି ରଞ୍ଜନ ସ୍ୱାଇଁ, ଦେବେନ୍ଦ୍ରନାଥ ସାହୁ, ସମିତି ସଭ୍ୟା ସୁଜାତା ସେଠୀ, ରବିନ୍ଦ୍ର ଦାସ ଯୋଗ ଦେଇଥିଲେ । ଏହି ଅବସରରେ ୯ଟି ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବର୍ଗ ଅନୁଯାୟୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହ ଟିଲୋ ସରକାରୀ ହାଇସ୍କୁଲ, ଗଡଚଣ୍ଡିସ୍ଥିତ ମେନକାରାଣୀ ହାଇସ୍କୁଲ, ଦେବତାଗଢିଆ ହାଇସ୍କୁଲର ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ପିଇଓ ପ୍ରଫୁଲ୍ଲ କୁମାର ପଣ୍ଡା, ରମାକାନ୍ତ ପାଣିଗ୍ରାହୀ, ମାଧବାନନ୍ଦ ବିଶ୍ୱାଳ, ପ୍ରେମାନନ୍ଦ ଜେନା, ମନୋଜ ଜେନା, ରମେଶ ଜେନା, ସୁରେନ୍ଦ୍ର ନାୟକ, ମୀନକେତନ ସ୍ୱାଇଁ, ପବିତ୍ର ପୃଷ୍ଟି, ବିନୋଦ ସାମଲ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ