ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନା ଚକ୍ର

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ବାଧିନତାର ଆଜାଦି କା ଅମୃତ ମହୋତ୍ସବ ୭୬ ତମ ସ୍ୱାଧୀନତା ଦିବସ ଅବସରରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଆ ଭାଷ, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ସହଯୋଗରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଓ ସ୍ବାଧିନତାର ଅମୃତ ମହୋତ୍ସବର ପ୍ରାସଙ୍ଗୀକତା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଘୁମୁସର ର ସ୍ୱର
ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଓଡିଶା ସହିତ୍ୟ ଏକାଡେମୀର ଏହି କାର୍ଯ୍ୟକ୍ରମକୁ ପ୍ଳସ୍ ଷ୍ଟାର ଇଂଞ୍ଜିନିୟରିଙ୍ଗ୍ ଗ୍ରୁପ୍ ର ପରିଚାଳନା ନିର୍ଦ୍ଦେଶକ ଇଂ.ଲକ୍ଷୀ ପ୍ରସାଦ ନାୟକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡମୀ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ତଥା ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡ.ପ୍ରଶନ୍ନ କୁମାର ସ୍ବାଇଁ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଗବେଷକ ଡ.ଲମ୍ବୋଦର ପାଣିଗ୍ରାହି, କବି ପ୍ରଶାନ୍ତ ମହାନ୍ତି, କବି ଅନନ୍ତ କର, ଅଧିବକ୍ତା ସୋମନାଥ ନାୟକ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଘୁମୁସର ଅଞ୍ଚଳର ବାଲିପଦର ମାଟିରେ ୧୭୫୩ ମସିହାରେ ଇଂରେଜ ସୈନ୍ୟଙ୍କ ନେତୃତ୍ବ ନେଉଥିବା ଡି.ବୁଶିଙ୍କ ବିରୁଦ୍ଧରେ ଯେଉଁ ଜନ ଆନ୍ଦୋଳନ ହୋଇ ଯୁଦ୍ଧ ହୋଇଥିଲା ତାହାହିଁ ସ୍ବାଧିନତାର ପ୍ରଥମ ଯୁଦ୍ଧ ଓ ତାକୁ ପ୍ରଥମ ମାନ୍ୟତା ଦେବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ରାଜା କୃଷ୍ଣଚନ୍ଦ୍ର ଭଞ୍ଜ , ଦୋହରା ବିଷୋୟୀ, ଚକରା ବିଷୋୟୀଙ୍କ ଭଳି ସ୍ବାଧିନତାର ବୀର ମାନଙ୍କୁ ଐତିହାସିକ ମାନେ ଅବହେଳା କରିଥିବାରୁ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ଦ୍ବିତୀୟ ପର୍ଯ୍ୟାୟ କବିତା ଆସର କାର୍ଯ୍ୟକ୍ରମରେ କବି ଅଜିତ୍ କୁମାର ତ୍ରିପାଠୀ, ଭାସ୍କର ରାଉତ, ପ୍ରଶାନ୍ତ ନନ୍ଦ, ପ୍ରତିଭା ମଞ୍ଜରୀ ବେହରା, ଅଳକା ପ୍ରଧାନ,ପ୍ରମିଳା କୁମାରୀ ବେହରା, ଗୌରୀ ଶଙ୍କର ମିଶ୍ର, ସୁଶାନ୍ତ କମାର ପଣ୍ଡା, ସରୋଜ କାନ୍ତ ଦାଶ, ପଞ୍ଚାନନ ନାହାକ, ନେତାଜୀ ବିଶୋୟୀ, ସୁବାସ ତାରିଣୀ, ରାଇ ରଞ୍ଜନ ନନ୍ଦ, ଇଂ.ପ୍ରଭାତ କୁମାର ଷଢଙ୍ଗୀ, ସ୍ମତିପ୍ରକାଶ ରଥ, ସୁରେଶ ପାଢୀ, କାର୍ତିକେଶ୍ବର ପ୍ରଧାନ, ବାଳକୃଷ୍ଣ ପଟ୍ଟନାୟକ, ଧ୍ରୁବ ପାଣୀଗ୍ରାହି, ପୁର୍ଣ୍ଣଚନ୍ଦର ଭୋଳ, ସଂଗ୍ରାମ ତ୍ରୀପାଠୀ, ଖଲି ପରିଡା, ସ୍ବର୍ଣ୍ଣପ୍ରଭା ରଥ, ପ୍ରଶାନ୍ତ ମହାନ୍ତି, ଅନନ୍ତକର, ବି.ପ୍ରକାଶଚନ୍ଦ୍ରପାତ୍ର, ସୋମନାଥ ନାୟକ ପ୍ରମୁଖ କବି ନିଜନିଜ କବିତା ପାଠ କରିଥିଲେ। ଡଃ.ବ୍ରଜ କିଶୋର ପାଢୀ, ଜି.ରାଜେଶ୍ବର ପାତ୍ର,କୈଳାଶ ଚନ୍ଦ୍ର ପ୍ରଧାନ,ପ୍ରଦ୍ୟୁନ୍ନ କୁମାର ପାଢୀ, ଇ.ନିଳାଞ୍ଚଳପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଦାମୋଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ