ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନର ବନ୍ଦେ ମାତରମ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବ ବର୍ଷ ଭଳି ଚଳିତ ସ୍ୱାଧୀନତା ଦିବସ ଅବସରରେ ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନ ପକ୍ଷରୁ ବନ୍ଦେ ମାତରମ କାର୍ଯ୍ୟକ୍ରମ ହୋଟେଲ ହରିପ୍ଲାଜା ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସାମୁଦ୍ରିକ ବୈଭବ ସଂଘର ରାଜ୍ୟ ସଭାପତି ଡ. ପ୍ରକାଶ ଚନ୍ଦ୍ର ଦଳେଇ, ସମାଜସେବୀ ପ୍ରମୋଦିନୀ ରାଉଳ, ପ୍ରତିରକ୍ଷା ବିଭାଗ ‘ପିଏକ୍ସଇ’ର ଯୁଗ୍ମ ନିର୍ଦ୍ଦେଶକ ସୋମନ ଦତ୍ତ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବରେ ଦେଶ ପ୍ରୀତି ଜାଗରଣ ପାଇଁ ଫାଉଣ୍ଡେସନର ବନ୍ଦେ ମାତରମ ଭଳି ନିଆରା କାର୍ଯ୍ୟକ୍ରମ ଅନ୍ୟାମାନଙ୍କ ପାଇଁ ପ୍ରେରଣା ହୋଇଛି ବୋଲି ମତ ପ୍ରକାଶ କରିଥିଲେ । ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନର ଚେୟାରମ୍ୟାନ ଯୁବ ଶିଳ୍ପୋଦ୍ୟୋଗୀ ସଂଗ୍ରାମ ଦାସ ଏଥିରେ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଦୀର୍ଘବର୍ଷ ଧରି ପାଳିତ ହୋଇ ଆସୁଥିବା ବନ୍ଦେ ମାତରମ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତି ଅସିତ କୁମାର ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଡ. ଶ୍ରୀମାନ ଶ୍ରୀଚନ୍ଦନ ବିବରଣୀ ଉପସ୍ଥାପନ କରିଥିଲେ । ସଦସ୍ୟ ତାପସ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭାପରେ ନୃତ୍ୟ ସଙ୍ଗୀତ ଭିତ୍ତିକ ଦେଶାତ୍ମବୋଧ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ସୂର୍ଯ୍ୟ ଆଚାର୍ଯ୍ୟ, ସୋରଷ ବର୍ଦ୍ଧନ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ଗୌରୀହରି ମଲିକ, ନିରଂଜନ ମହାନ୍ତି, ମନୋରଂଜନ ରାଉତ, ତାପସ ଦାସ, ସୋମନାଥ କର, ଅନିତ୍ୟ ଦାସ, ନିଶିଥ ବାରିକ, ହେମନ୍ତ ମହାନ୍ତି, ରାଜଲକ୍ଷ୍ମୀ ମହାନ୍ତି, ଜୟଶ୍ରୀ ବିଶ୍ୱାଳ, ବିଶ୍ୱଜିତ ପରମାଣିକ, ଦମୟନ୍ତୀ ମହାପାତ୍ର, ସମ୍ବିତ ବିଶ୍ୱାଳ, ମିହିର କୁମାର, ଅଲିଭା ଦାସ, ଜ୍ୟୋତିର୍ମୟୀ ସାମଲ, ଯାଜ୍ଞସେନୀ ଦାସ, ଭବେଶ ବାରିକ, ଅନୁପମ ମିଶ୍ର, ପାୟେଲ ମହାପାତ୍ର, ଶୁଭମ ସାଇ ମହାପାତ୍ର, ହ୍ରିତୀକ ନାୟକ, ଅନୁପ ସେଠୀ, ସତ୍ୟପ୍ରକାଶ ପତି, ପ୍ରଦୀପ୍ତ ମହାପାତ୍ର, ଶୀଲା ସତ୍ୟକାମ, ବିଦ୍ୟାଶା ମହାନ୍ତି ପ୍ରମୁଖ ଅନୁଷ୍ଠାନର ସଦସ୍ୟମାନେ ଏଥିରେ ଯୋଗଦେଇ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।