ଗଜପତିରୁ ପଶ୍ଚିମବଙ୍ଗ ଓ ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣବେଳେ ଜବତ, ୪ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ବହୁଳ ଦୁର୍ଗମ ଗଜପତି ଜିଲ୍ଲାରୁ ପଶ୍ଚିମବଙ୍ଗ ଓ ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣବେଳେ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଜବତ କରାଯାଇଛି. ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ସୁବ୍ରତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ସ୍କ୍ୱାର୍ଡର ମିଳିତ ଉଦ୍ୟମରେ ଅବକାରୀ ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି. ଆଜି ସକାଳେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଠାରୁ ଏକ ମାରୋତି କାରରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଵାବେଳେ ଅବକାରୀ ବିଭାଗ ମାର୍ଲଵା ଘାଟିଠାରେ ଚଢାଉ କରି ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛନ୍ତି. ଅବକାରୀ ବିଭାଗର ମୋଵାଇଲ ସ୍କ୍ୱାର୍ଡର ଇନ୍ସ୍ପେକଟର ନିବେଦିତା ନାୟକଙ୍କ ନେତୃତ୍ବରେ ଅବକାରୀ ସ୍କ୍ୱାର୍ଡ ମାର୍ଲଵା ଘାଟିଠାରେ ଗତକାଲି ରାତିଠାରୁ ଖବରପାଇ ଚଢାଉ ପାଇଁ ଛପି ରହିଥିଲେ. ଆଜି ସକାଳେ ମାର୍ଲଵା ଘାଟି ଦେଇ ଏହି ମାରୋତି କାରଟି ଆସୁଥିବାବେଳେ ଗାଡିକୁ ଅଟକାଇ ଅବକାରୀ ଦଳ ତଦନ୍ତ କରିଥିଲେ. କାରରେ ଏକ ସିକ୍ରେଟ ଚାମ୍ବର ନିର୍ମାଣ କରି ସେଥିରେ ୮୦ କିଲୋରୁ ଉର୍ଦ୍ଧ ଗଞ୍ଜେଇକୁ ପଶ୍ଚିମବଙ୍ଗକୁ ଚାଲାଣ କରାଯିବା ପାଇଁ ପ୍ରସ୍ତୁତ କରାଯାଇଥିଲା. ଏହି ଘଟଣାରେ ସଂପୃକ୍ତ କାର ଜବତ କରାଯିବା ସହ ଚୋରାଚାଲାଣ କରୁଥିବା ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଗ୍ରାମର ଚନ୍ଦନଲାଲ ସୋଆଲସିଂକୁ ଅବକାରୀ ବିଭାଗ ଗିରଫ କରିବା ସହ ଚୋରାଚାଲାଣରେ ବ୍ୟଵହୃତ କାରଟିକୁ ଜବତ କରିଛନ୍ତି. ଠିକ ସେହିପରି ଗତକାଲି ଗଜପତି ଜିଲ୍ଲାର ଆର. ଉଦୟଗିରି ଅଞ୍ଚଳରୁ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ କରାଯାଇଥିବାବେଳେ ଅଡ଼ାସିଂ ଗ୍ରାମ ନିକଟରେ ଅବକାରୀ ମୋଵାଇଲ ସ୍କ୍ୱାର୍ଡ ଧରପଗଡ଼ କରି ଗଞ୍ଜେଇକୁ ଜବତ କରିଥିଲେ. ଏହି ଘଟଣାରେ ଅବକାରୀ ସ୍କ୍ୱାର୍ଡ ଚୋରାଚାଲାଣ ହେଉଥିବା ୩୦କେଜି ଗଞ୍ଜେଇକୁ ଜବତ କରିଥିବା ସହ ଚୋରାଚାଲାଣରେ ବ୍ୟବହୃତ ୨ ଗୋଟି ମୋଟର ସାଇକେଲକୁ ଜବତ କରି ୩ ଜଣ ଗଞ୍ଜେଇ ଚୋରାଚାଲାଣ କାରୀଙ୍କୁ ଗିରଫ କରିଛନ୍ତି. ଗିରଫ ହୋଇଥିବା ଏହି ୩ ଜଣ ହେଲେ ଗଜପତି ଜିଲ୍ଲା ଆର. ଉଦୟଗିରି ଅଞ୍ଚଳର ଜହୁଦ ରହିତ, ରାଘଵ ରିଥ, ସୋଲେନ ରହିତ ବୋଲି ଜଣା ପଡିଛି. ଏହି ୨ଟି ଚଢ଼ାଉରେ ଗଜପତି ଜିଲ୍ଲା ଅବକାରୀ ବିଭାଗର କିଶୋର ଚନ୍ଦ୍ର ରଥ, ଚିତ୍ତରଞ୍ଜନ ଜେନା ପ୍ରମୁଖଙ୍କ ସହିତ ବହୁ ମୋଵାଇଲ ଅବକାରୀ କର୍ମଚାରୀ ନିୟୋଜିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ