କେନ୍ଦ୍ରାପଡା କଲେଜରେ ନାମଲେଖା ଫି’ ହ୍ରାସ ପାଇଁ କଂଗ୍ରେସ ଓବିସି ସେଲର ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ପ୍ରଦେଶ କଂଗ୍ରେସ କମିଟି ପଛୁଆ ବର୍ଗ ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନାମଲେଖା ଫି’ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ତାହାକୁ ହ୍ରାସ କରାଯିବାକୁ ଦାବି କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ରାପଡାର ଶିକ୍ଷା କୋଣାର୍କ ଭାବେ ପରିଗଣିତ ହେଉଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠି ନିଜର ପୈତୃକ ସମ୍ପତ୍ତି ଭାବି ନିଜ ଇଛାରେ ଚଲାଇ ଆସୁଛନ୍ତି । ବର୍ତ୍ତମାନ +୨ ଓ +୩ ପ୍ରଥମବର୍ଷର ଆଡମିଶନ ଚାଲିଥିବା ବେଳେ କେନ୍ଦ୍ରାପଡାର ଗରିବ ଛାତ୍ରାଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଅତ୍ୟଧିକ ଫିସ ଦେଇ କଲେଜରେ ଆଡମିଶନ କରାଇବା ଅସମ୍ଭବ ହୋଇପଡିଛି । ଏଭଳି ପରିସ୍ଥିତିରେ ଏହି କଲେଜକୁ ପରିଚାଳନା କରୁଥିବା ନେତା ଓ ଅଧିକାରୀମାନେ ଏହି କଲେଜରେ ଫି’ ବୃଦ୍ଧି କରି ସେମାନଙ୍କ ଅଂଶୀଦାର ଥିବା ଅନ୍ୟ କଲେଜକୁ ପିଲା ନେବା ପାଇଁ ବ୍ୟବସ୍ଥା କରୁଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୨ନାମଲେଖା ପାଇଁ ୧୦୮୪ଟଙ୍କା ଆଡମିଶନ ଫି’ ନିଆଯାଉଥିବା ବେଳେ ଖଲିକୋଟ ମହାବିଦ୍ୟାଳୟରେ ମାତ୍ର ୧୫ଶହ ଟଙ୍କା ନିଆଯାଉଛି । ସେହିଭଳି ଖଲିକୋଟ ମହାବିଦ୍ୟାଳୟରେ ଏମ.ଫିଲ ପାଇଁ ୧୪୦୧ଟଙ୍କା, ବି.ଏ. ପାଇଁ ୧୫୪୬ଟଙ୍କା, ଏମଏସସି ପାଇଁ ୧୪୨୪ଟଙ୍କା, ବି.କମ. ପାଇଁ ୨୦୪୯ଟଙ୍କା, ଏମ.ଏ. ପାଇଁ ୧୩୬୩ ଟଙ୍କା ଆଡମିଶନ ଫି ବାବଦରେ ଆଦାୟ ହେଥିବା ବେଳେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବର୍ଦ୍ଧିତ ଆଡମିସନ ଫି’ +୨ ଓ +୩ ପ୍ରଥମ ବର୍ଷ ନିମନ୍ତେ ଅନ୍ୟୁନ୍ୟ ୮୦ପ୍ରତିଶତ ତୁରନ୍ତ ହ୍ରାସ କରାଯିବାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପଛୁଆ ବର୍ଗ ବିଭାଗ ଆବାହକ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ