ପୋଟ୍ଟଲାମପୁର ଠାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) : ଜନସାଧାରଣଙ୍କୁ ରାଜସ୍ୱ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ଆଜି ସ୍ଥାନୀୟ ତହସିଲ ଅନ୍ତର୍ଗତ ପୋଟ୍ଟଲାମପୁର ଠାରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଙ୍କ ତତ୍ତ୍ୱାବଧାନ ମୋ ଗାଁ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସୁନ୍ଧରା, ମ୍ୟୁଟେସନ , ଇ-ପାଉତି , ଗ୍ରାମକଣ୍ଠକ ଭଳି ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ଗୁଡିକ ସମ୍ପର୍କରେ ଉପସ୍ଥିତ ହିତାଧିକାରୀଙ୍କୁ ସଚେତନତା କରାଯିବା ସହ ବିଭିନ୍ନ ହିତାଧିକାରୀ ମାନଙ୍କୁ ସାଟିଫିକେଟ୍ ଓ ପଟ୍ଟା ପ୍ରଭୃତି ପ୍ରଦାନ କରାଯାଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ସୁପରଭାଇଜର ଜି. ହରିକୃଷ୍ଣ , ଆରଆଇ ଇ, ସନ୍ୟାସୀଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ