କୋଣାର୍କ ଚତ୍ରୁପାର୍ଶ୍ଵ ସୌନ୍ଦର୍ଯ୍ୟ କରଣ ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସହର ଉନ୍ନୟନ କାର୍ଯ୍ୟ ଓ ପାରିପାର୍ଶ୍ବିକ ସୋନ୍ଦର୍ଯ୍ୟ କରଣ ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟ ଆଗେଇ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଶୁକ୍ରବାର ଠାରୁ ପୁନଃ ଆରମ୍ଭ କରାଯାଇଛି। ଏଥି ନେଇ ରିଙ୍ଗ ରୋଡ ନିର୍ମାଣ ନିମନ୍ତେ ଉଚ୍ଛେଦ ପ୍ରକ୍ରିୟା ଜୋର୍ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ମାପଚୁପ ସହ ଜମି ଓ ଘର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପ୍ରାୟ ୭୪ ଜଣ ପରିବାରକୁ ହଟାଇବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ କାଗଜପତ୍ର ସମସ୍ୟା ଯୋଗୁଁ କେବଳ ୪୮ ଜଣଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇଥିଲା। ଦୁଇ ଦିନ ପୂର୍ବରୁ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ଶୁକ୍ରବାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହି ମୁତାବକ ଆଜି ୪୮ ପରିବାରଙ୍କ ଗୃହ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୨ଟି ପରିବାରଙ୍କ ଗୃହ ସମ୍ପୂର୍ଣ ଭଙ୍ଗା ଯାଇଛି। ଏହା ଏକ ସପ୍ତାହ ଧରି ସମୟ ଲାଗିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇ ଦୁଇଟି ମେସିନ ସାହାର୍ଯ୍ୟରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶା ଜାତୀୟ ରାଜପଥ ବିଭାଗ ବରିଷ୍ଠ ଅଧିକାରୀ ରବୀନ୍ଦ୍ର ଜେନା, ଏସଡିଓ ରୋହନ ଗୌରବ ରୟ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ବିଶ୍ୱାଳ, ଅତିରିକ୍ତ ତହସିଲଦାର ଶରତ କୁମାର ପରିଡ଼ା, ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଆଲୋକ ମିତ୍ର, ଆରଆଇ ଜସବନ୍ତ ନାୟକ, ଅବସରପ୍ରାପ୍ତ ଆରଆଇ ସତ୍ୟବାଦୀ ଚିନ୍ନରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିଲେ। କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ଓ ଏଏସଆଇ ଦୀପକ ସାମନ୍ତ ସିଂହାର ଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଅନ୍ୟପଟେ ଗୃହ ଉଚ୍ଛେଦ ହେଉଥିବା ପରିବାରର ମହିଳା ଓ ଝିଅ ମାନେ ଆଖି ଆଗରେ ନିଜ ସ୍ୱପ୍ନର ଘର ଚୁରମାର୍ ହେଉଥିବା ଦେଖି ନିଜ କୋହ ସମ୍ଭାଳି ନପାରି ଆଖିରେ ଲୁହ ନିଗାଡି କାନ୍ଦୁଥିବାର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ