ରାଇରଙ୍ଗପୁର ପୌରାଞ୍ଚଳ ୮ ନମ୍ବର ଓ୍ବାର୍ଡର ବଜରଙ୍ଗ କଲୋନୀରେ ଅଧ୍ଯାପକଙ୍କ ଘରୁ କଳାକନା ବୁଲାଇଲେ ଚୋର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ପୌରାଞ୍ଚଳ ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୮ ରେ ବଜରଙ୍ଗ କଲୋନୀ ଭଡ଼ାରେ ରହୁଥିବା ଜନୈକ ଅଧ୍ୟାପକଙ୍କ ଘରୁ ବୁଧବାର ଦିନ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଚନ୍ଦ୍ରମୋହନ ତିରିଆଙ୍କ ଘରେ ଭଡ଼ା ରହୁଥିବା ଗୌରୀଶଙ୍କର ହାଇୟାର ସେକେଣ୍ଡାରୀ ବିଦ୍ୟାଳୟର ଓଡିଆ ଅଧ୍ୟାପକ ଯଶୋବନ୍ତ ନାରାୟଣ ନନ୍ଦ ବୁଧବାର ଦିନ ନିଜର ପତ୍ନୀଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ଦିନ ତମାମ ଲଗାଣ ବର୍ଷା ଲାଗି ରହିଥିଲା ।ଘର ମାଲିକ ଚନ୍ଦ୍ର ମୋହନ ତିରିଆ ନିଜ ଘରେ ଚାବି ମାରି ନିଜ ପୈତୃକ ଗାଁ ସାନହାତନଵେଡା ରହନ୍ତି ।ଘରେ କେହି ତ ନଥିବା ସୁଯୋଗ ଦେଖି ଦୁବୃର୍ତ୍ତ ଘରେ ପଶି ତାଲା ଭାଙ୍ଗି ଘରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇ ପଳାଇବା ସହ ମାଲିକଙ୍କ ଘର ତାଲା ଭାଙ୍ଗି ପଶିଥିଲେ ମଧ୍ୟ କିଛି ନ ପାଇ ଫେରି ଯାଇଥିଲେ ।ପରେ ସଂଧ୍ୟା ୭ ଟା ବେଳକୁ ଅଧ୍ଯାପକ ନିଜ ଘରେ ଆସି ଦେଖନ୍ତିତ ତାଲା ଭଂଗା ଯାଇଥିବା ସହ ଘରର ଆସବାବପତ୍ର ଏଠି ସେଠି ପଡ଼ି ରହିଥିଲା ।ପରେ ଚେକ କରି ଦେଖନ୍ତି ତ ତାଙ୍କର ୩ଟି ସୁନା ଚେନ,୫ ମୁଦି,ସୁନା ଚୁଡ଼ି,୫,୨୦୦ ଟଙ୍କା ,ରୁପା ପାଉଁଜି ସବୁ ଚୋରୀ ହୋଇଯାଇଛି ।ତଦସ଼ହ ଅଧ୍ୟାପକଙ୍କ ସମସ୍ତ ଶିକ୍ଷାଗତ ସାର୍ଟିଫିକେଟ ସବୁ ନେଇ ପଳାଇଛନ୍ତି ।ଏହାକୁ ନେଇ ସେ ରାଇରଙ୍ଗପୁର ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଛାନଭିନ କରୁଛନ୍ତି । ବାରିପଦାର ସାଇଣ୍ଟିଫିକ ଟିମ୍ ମଧ୍ୟ ଛାନଭିନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ