ଅସହାୟ ପରିବାରକୁ ସହାୟତାର ହାତବଢାଇଲେ ମା ତାରିଣୀ ସେବା ସଂସ୍ଥା
ହାଟଡିହି, (ବିକାଶ ବିଶ୍ୱାଳ ) : ଢେଙ୍କା ପଞ୍ଚାୟତର ଛୁଆଳିଆ ଗ୍ରାମର ରବିନ୍ଦ୍ର ମାଝିଙ୍କର ପରିବାର କହିଲେ, ଏକ ମାତ୍ର ପୁଅ, ଝିଅ, ସ୍ତ୍ରୀ ଓ ବୃଦ୍ଧା ମାଆଙ୍କ ସମେତ ମୋଟ୍ ପାଞ୍ଚ ଜଣଙ୍କୁ ଦୁଃଖ କଷ୍ଟରେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି । ହଠାତ୍ କଳାବାଦଲ୍ ର ଛାଇ ଭଳି ଦୁଃଖର ଝଡ ମାଡିଆସିଲା। ଗତ କିଛି ଦିନ ପୂର୍ବେ ରବିନ୍ଦ୍ରଙ୍କର ଅକାଳ ବିୟୋଗ ରେ ଅସହାୟ ହୋଇ ପଡିଛନ୍ତି ଚାରୀ ପ୍ରାଣୀ ପରିବାର। ଏକ ମାତ୍ର ରୋଜକାରୀ ପୁଅ କୁ ହରାଇ ଝୁରୁଛି ମାଁ ଓ ସ୍ତ୍ରୀ ଆଖିରେ ଝରୁଛି ଲୁହ, ଦିନ ରାତି ବାପାକୁ ମନ ଭିତରେ ଖୋଜୁଛନ୍ତି ପୁଅ ରାଜେନ୍ଦ୍ରେ ଓ ଝିଅ ଲିଜାରାଣୀ।ଧାର କରଜ କରି ଅନ୍ତେଷ୍ଟି କ୍ରିୟା ସାରିବା ପରେ ଏବେ ଚୁଲି ଜଳିବାକୁ ଘରେ ନାହିଁ ଦାନା, ସପ୍ତମ ଶ୍ରେଣୀରେ ପଢୁଥିବା ପୁଅ ରାଜେନ୍ଦ୍ର ଓ ଝିଅର ପଢା ଖର୍ଚ ଆଣିବେ କେଉଁଠୁ ତା ସହିତ କରଜ ଆଣିଥିବା ସଂସ୍ଥାର କର୍ମଚାରୀ ମାସକୁ ମାସ ତାଗିଦି, ଅତି ଦୟନୀୟ ଅବସ୍ଥାରେ କାଳପାତିତ କରୁଥିବା ଏହି ପରିବାର ସମ୍ପର୍କରେ ଖବର ପାଇ ମାତାରୀଣୀ ସେବା ସଂସ୍ଥାର ଦସ୍ୟମାନେ କିଛି ରେସନ୍ ସାମଗ୍ରୀ ଓ ଶୁଖଲା ଖାଦ୍ୟ ପ୍ରଦାନ କରିବା ସହିତ ଆଗକୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ସମୟରେ ସେବାସଂସ୍ଥାର ସଭାପତି ନନ୍ଦୁଚରଣ ଯେନା, ମୁଖ୍ୟ ଉପଦେଷ୍ଟା ମଧୁସୂଦନ ସାହୁ, ବରିଷ୍ଟ ସଦସ୍ୟ କୌଳାସ ରାଉତ, ସମ୍ପାଦକ ଅମିତି ସାମଲ, ନାରାୟଣ ନାୟକ, ସୁମନ୍ତ ମହାପାତ୍ର, ବାସନ୍ତୀ ଦାସ, ଝରଣା ନାୟକ, ନିରୁପମା ଜେନା, ବାବୁଲି ପରିଡା, ଭକ୍ତ ଚରଣ ଯେନା ଉପସ୍ଥିତ ଥିଲେ।