ବନ୍ୟାଞ୍ଚଳ ରେ ୯ଟି ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ବନ୍ୟା ପ୍ଲାବିତ ଗୋପ ଅଞ୍ଚଳ ରେ ବନ୍ୟା ଜଳ ହ୍ରାସ ପାଇବା ପରେ ବିଭିନ୍ନ ସଂକ୍ରାମକ ରୋଗ ବ୍ଯାପିବା ଆଶଙ୍କା ରହିଥିବାରୁ ସ୍ଥାନୀୟ ଗୋପ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଜସ୍ମିନ ଆଫ୍ରୋଜ୍ । ବନ୍ୟା ପ୍ରଭାବିତ ଅଞ୍ଚଳ ରେ ପୁତ୍ତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଥିବାରୁ ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦ୍ଵାରା ପ୍ରତି ଗାଁ ରେ ବ୍ଲିଚିଙ୍ଗ ପାଉଡର ଛିଞ୍ଚନ କରାଯାଉଥିବା ବେଳେ ପ୍ରତି ପରିବାର କୁ ହାଲୋଜେନ ବଟିକା ଯୋଗାଇ ଦିଆଯାଉଛି। ଦୁଇଟି ମେଡିକାଲ ଟିମ୍ ସ୍ଥାନୀୟ ଆଶାକର୍ମୀ ମାନଙ୍କ ସହାୟତା ରେ ନାଗପୁର, ବେଦପୁର, ଗଣେଶ୍ୱରପୁର, ଡଭାର, ଅଣ୍ଡରାଇଚ୍ଛାପୁର, ରାହାଁ ଗୋରଡା, ନୂଆଖୋଲମରା ପ୍ରଭୁତି ପଞ୍ଚାୟତ ଅଞ୍ଚଳ ରେ ବନ୍ୟା ବିପନ୍ନ ଙ୍କ ସ୍ଵାସ୍ଥ୍ୟ ସେବା କରିଚାଲିଛନ୍ତି। ବନ୍ୟାଞ୍ଚଳ ରେ ଯେପରି ଝାଡାବାନ୍ତି, ଜ୍ବର ନ ବ୍ୟାପିବ ସେ ଦିଗରେ ସ୍ଵାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ନଜର ରଖିଥିବା ଶ୍ରୀ ମତୀ ଆଫ୍ରୋଜ ପ୍ରକାଶ କରିଛନ୍ତି। ଆଜି ସୁଦ୍ଧା ୫୨୪ ଜଣ ଜ୍ବର ରୋଗୀ ଓ ୨୭୮ ଜଣ ଝାଡାବାନ୍ତି ରୋଗୀ ଙ୍କୁ ଭାମ୍ୟମାଣ ଟିମ୍ ଦ୍ଵାରା ଚିକିତ୍ସା କରାଯାଇଛି।୧୩ଜଣ ସାପ କାମୁଡା ରୋଗୀ ଙ୍କୁ ଚିକିତ୍ସା କରାଯାଇଥିବା ବେଳେ ୯ ଜଣ ଗର୍ଭବତୀ ମହିଳା ଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ଓ ୫ ଜଣ ଗର୍ଭବତୀ ଙ୍କୁ ଏହିଠାରେ ପ୍ରସବ କରାଯାଇପାରିଛି। ବିଭିନ୍ନ ସ୍ଥାନରେ ମୁଖ୍ୟ ଚିକିତ୍ସା ଧିକାରୀ ଶ୍ରୀ ମତୀ ଆଫ୍ରୋଜ ଙ୍କ ତତ୍ତ୍ୱାବଧାନ ରେ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇ ବନ୍ୟା ବିପନ୍ନ ଲୋକମାନଙ୍କୁ ଚିକିତ୍ସା କରାଯାଉଛି। ସ୍ଵାସ୍ଥ୍ୟ କେନ୍ଦ୍ର ର ସୁଶାନ୍ତ କୁମାର ରାଉତ, ରାଜେଶ କୁମାର ପାଇକରାୟ, ଦମୟନ୍ତୀ ମହାରଣା, ସ୍ନିଗ୍ଧାରାଣୀ ବେହେରା, ଉଦୟ ପରିଡ଼ା, କୃତିବିଭା ମହାନ୍ତି, ସମ୍ପଦ କୁମାର ପ୍ରଧାନ, ସୌଭାଗିନୀ ସାହୁ, ସଚ୍ଚିଦାନନ୍ଦ ମଲ୍ଲିକ, ଶରତ ନାୟକ, ରଞ୍ଜିତା ସାହୁ, ରାଜେଶ ପ୍ରଧାନ, ଲୋକନାଥ ପାତ୍ର ପ୍ରମୁଖ ସ୍ଵାସ୍ଥ୍ୟସେବା କାର୍ଯ୍ୟ କରିଚାଲିଛନ୍ତି।


