ଚନ୍ଦ୍ରଭାଗା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):କଳା, ସାହିତ୍ୟ ଓ ସଂସ୍କୃତିର ଅନୁଷ୍ଠାନ ‘ଚନ୍ଦ୍ରଭାଗା’ର ୩୨ବର୍ଷ ପୂର୍ତ୍ତି ୩୩ ବର୍ଷର ‘ଚନ୍ଦ୍ରଭାଗୋତ୍ସବ’ ପାଳନ ସମ୍ପର୍କିତ ପ୍ରାକ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଷ୍ଟେସନ କ୍ଲବ୍ ପରିସରରେ ଆୟୋଜିତ ବୈଠକରେ ତରୁଣ ଲେଖକଙ୍କ ପାଇଁ ତିନିଦିନିଆ ବକ୍ତୃତା କଥା ସାହିତ୍ୟ ଓ ନାଟ୍ୟ ସାହିତ୍ୟର ଅଭିନବ କର୍ମଶାଳା କବି ସତ୍ୟ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ସେହିପରି ୨୭ତମ ବାଲେଶ୍ୱର ବହିମେଳା, ୧୭ତମ ସ୍ୱର୍ଭାରତୀୟ ବହୁଭାଷୀ ମହାବିଦ୍ୟାଳୟସ୍ତରୀୟ ନାଟକ ପ୍ରତିଯୋଗିତା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଧୀରେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିନେତା ନାଟ୍ୟ ନିର୍ଦ୍ଦେଶକ କମଳଲୋଚନ ଦାଶ, କବୀ ଯଶୋଧାରା ଦାସ, ସମାଜସେବୀ ରଜନୀକାନ୍ତ ଶତପଥୀ, ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀ, ନାଚ ଅନୁଷ୍ଠାନର ମୁଖ୍ୟ ଅରୁଣାଂଶୁ ପାଣିଗ୍ରାହୀ, ଡା. କୁମାର ଗୋପାଲ, ସମାଜସେବୀ ପ୍ରତିମା ପଣ୍ଡା, ଅଭିନେତା ବିଜୟ ପାତ୍ର, ଅବନୀ ଜେନା, ସାମ୍ବାଦିକ ରତିକାନ୍ତ ପାତ୍ର, ଅଧ୍ୟାପକ ଡ. ଶଶିକାନ୍ତ ମାହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ମୁଖ୍ୟ କବି ଶ୍ରୀଦେବ ପ୍ରାକ ସୂଚନା