ଜାତୀୟ କ୍ରୀଡା ଦିବସ ରେ ୩ଜଣ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ୩ଜଣ ଦିବ୍ୟାଙ୍ଗ କ୍ରୀଡାବିତ ଙ୍କୁ ଆଜି ଜାତୀୟ କ୍ରୀଡା ଦିବସ ଅବସର ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ପାରା ଆଥଲେଟ ଜୟନ୍ତୀ ବେହେରା ଙ୍କୁ ଓ ଏମ ସି ରେ ପ୍ରଥମ ଶ୍ରେଣୀ ପଦ ରେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ପାରା ଆଥଲେଟ ପୁଲିନ କୁମାର ମାନସିଂ ଓ ଅକ୍ଷୟ କୁମାର ସାହୁ ଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରେ ତୃତୀୟ ଶ୍ରେଣୀ ପଦବୀ ରେ ନିଯୁକ୍ତି ଦିଆଯାଇଛି। ସେହିପରି ପର୍ବାତରୋହୀ ଚିନ୍ମୟ ମହାରଣା ଙ୍କୁ
୨ଲକ୍ଷ ଟଙ୍କା ଓ ପାରା ଆଥଲେଟ ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର ଙ୍କୁ ୧ଲକ୍ଷ ଟଙ୍କା ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସମସ୍ତ କ୍ରିଡାବିଦ ମାନଙ୍କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ