ବଧୂହତ୍ୟା ଅଭିଯୋଗ:ସ୍ବାମୀ ଅଟକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ଗ୍ରାମରେ ଏକ ବଧୁହତ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ ପୋଲିସ ଅଟକ ରଖିଥିବାଜଣାପଡିଛି ।ପୋଲିସ ସୂତ୍ରରୁ ପ୍ରକାଶ ଯେ , ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନଗର ଗ୍ରାମର ରଞ୍ଜନା ପରିଡା ଓ ଛବିନ୍ଦ୍ର ପରିଡା ଙ୍କ ଝିଅ ରିଙ୍କି ୬ବର୍ଷ ପୂର୍ବେ ଆଳସାହି ଗ୍ରାମର ରାମ ମାଲିକଙ୍କ ପୁଅ ଦୁଶାସନ ମାଲିକ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ର ୮ମାସ ପରେ ରିଙ୍କି କୁ ସ୍ୱାମୀ , ଶାଶୁ ,ଶଶୁର ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇଆସୁଥିଲେ ଏହି ସମସ୍ୟା କୁ ନେଇ ଦୁଇ ପରିବାର ମଧ୍ୟରେ ବୁଝାମଣା ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିଲା । ରିଙ୍କିର ମାନସିକ ଅଶାନ୍ତି ଅଧିକ ହେବାରୁ ସେ ତାଙ୍କ ପରିବାର ଲୋକ ଙ୍କୁ ଏ ସମ୍ପର୍କରେ ବାରମ୍ବାର ଜଣାଉଥିଲା। ରବିବାର ଦିନ ରାତିରେ ରିଙ୍କି ବିଷ ଖାଇଦେଇଥିବା ତାର ଦେଢଶୁର ବିଜନ ମଲ୍ଲିକ ରିଙ୍କି ର ବାପାଙ୍କୁ ଜଣାଇଥିଲେ ।ଖବର ଶୁଣି ରିଙ୍କି ର ବାପା କଟକ ମେଡିକାଲ ରେ ପହଞ୍ଚି ଜାଣିବାକୁ ପାଇଲେ ଯେ, ତାଙ୍କ ଝିଅ ର ମୃତ୍ୟୁ ହୋଇଯାଇଛି । ତାଙ୍କ ଝିଅ କୁ ଶାଶୁ ଘର ଲୋକମାନେ ମାରି ଦେଇଥିବା ଅସ୍ତରଙ୍ଗ ଥାନାରେ ରିଙ୍କି ର ମାଆ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରିଙ୍କି ର ମୃତ ଦେହକୁ ଜବତ କରି ଅସ୍ତରଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ପୋଲିସ ରିଙ୍କିର ସ୍ୱାମୀ ଦୁଶାସନ ମଲ୍ଲିକ ଙ୍କୁ ଅଟକ ରଖି ତଦନ୍ତ କରୁଥିବା କହିଛନ୍ତି ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡା । ଥାନା କେସ ନଂ ୧୯୧/୨୨ ଦଫା,୪୯୮(କ),୩୦୨,୩୦୪(ଖ)୪ଡିପି ଆକ୍ଟ,୩୪ଆଇ ପି ସି ରେ ଏକ ମାମଲା ରୁଜୁ ହୋଇଛି।ରିଙ୍କିର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଚାରିଛକ ପଠାଯାଇଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ